କାଶ୍ମୀର ପ୍ରସଙ୍ଗରେ ସମର୍ଥନ ହାସଲ କରିବାରେ ଫେଲ୍‌ ମାରିଲା ପାକିସ୍ତାନ

ଇସଲାମାବାଦ: ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଥରେ ପାକିସ୍ତାନକୁ ଲୋକହସା ହେବାକୁ ପଡ଼ିଛି। ଜାତିସଙ୍ଘ ମାନବାଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)ରେ କାଶ୍ମୀର ପ୍ରସଙ୍ଗରେ ପ୍ରସ୍ତାବ ପାରିତ ହେବାର ଶେଷ ଦିନ(ଗତକାଲି)ରେ ଆବଶ୍ୟକ ସଂଖ୍ୟକ ସମର୍ଥନ ଏକତ୍ରିତ କରିବାରେ ପାକିସ୍ତାନ ବିଫଳ ହୋଇଛି। ଫଳରେ ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଲାଗିଥିବା ବେଳେ ଭାରତର କୂଟନୀତିରେ ଏକ ବଡ଼ ବିଜୟ ହୋଇଛି।

ମିଳିଥିବା ସୂଚନା ଅନୁସାରେ UNHRCର ସଦସ୍ୟ ରାଷ୍ଟ୍ରମାନେ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିବାକୁ ସିଧାସଳଖ ମନା କରିଦେଇଛନ୍ତି। ପ୍ରସ୍ତାବ ପାରିତ କରିବା ପାଇଁ ଅତି କମ୍‌ରେ ୧୬ଟି ଦେଶର ସମର୍ଥନ ଆବଶ୍ୟକ ଥିବାବେଳେ ସମର୍ଥନ ଏକତ୍ରିତ କରିବାରେ ପାକିସ୍ତାନର କୂଟନୀତି ଫେଲ୍ ମାରିଛି।

ଜେନେଭା ସ୍ଥିତ UNHRC ମୁଖ୍ୟାଳୟରେ ଚାଲିଥିବା ୪୨ତମ ଅଧିବେଶନରେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ନିନ୍ଦିତ କରିବା ପାଇଁ ସମସ୍ତ ପ୍ରକାର ଯୋଜନା କରିଥିଲା। ହେଲେ ପାକ୍‌ର ଏହି ଯୋଜନା ନିଜ ଉପରେ ଭାରୀ ପଡ଼ିଛି।

ଏହା ପୂର୍ବରୁ ସେପ୍ଟେମ୍ବରର ୧୦ରେ ପାକିସ୍ତାନ, କାଶ୍ମୀର ପ୍ରସଙ୍ଗରେ ନିଜର ବୟାନ ରଖିଥିଲା। ଯେଉଁଥିରେ ୬୦ଟି ଦେଶ ତାକୁ ସମର୍ଥନ କରୁଥିବା କୁହାଯାଇଥିଲା। କିନ୍ତୁ କେଉଁ କେଉଁ ଦେଶ ପାକିସ୍ତାନକୁ ସମର୍ଥନ କରୁଛନ୍ତି ସେ ନେଇ ପାକିସ୍ତାନ ପାଖରେ କୌଣସି ଉତ୍ତର ନ ଥିଲା।

ଆହୁରି ପଢ଼ନ୍ତୁ

ବାବ୍ରୀ ମସଜିଦ୍ ଭଙ୍ଗା ମାମଲାର ରାୟ: ୩୨ ଅଭିଯୁକ୍ତ ନିର୍ଦ୍ଦୋଷ

ହାଥରସ ଗଣଦୁଷ୍କର୍ମ ମାମଲା; ପରିବାର ଲୋକଙ୍କୁ ଘରେ ବନ୍ଦ କରି ପୀଡିତାଙ୍କ ଶବ ସତ୍କାର କଲା ପୋଲିସ

ପ୍ରେସିଡେନ୍‌ସିଆଲ ଡିବେଟରେ ମୁହାଁମୁହିଁ ହେଲେ ଟ୍ରମ୍ପ-ବିଡେନ

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

You might also like