ମୋଦିଙ୍କ ବିମାନକୁ ବାଟ ଛାଡ଼ିବନି ପାକିସ୍ତାନ

ଇସଲାମାବାଦ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ସାଉଦି ଆରବ ଗସ୍ତରେ ପାକିସ୍ତାନ ଆକାଶ ମାର୍ଗକୁ ବ୍ୟବହାର କରିବା ପାଇଁ ଭାରତର ଅନୁରୋଧକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି। ଅର୍ଥାତ ମୋଦିଙ୍କ ଭିଭିଆଇପି ବିମାନ ଅନ୍ୟ ମାର୍ଗ ଦେଇ ସାଉଦି ଯିବାକୁ ପରୋକ୍ଷରେ କହିଛି। ଜମ୍ମୁ-କାଶ୍ମୀରରେ ମାନବ ଅଧିକାର ଉଲ୍ଲଂଘନ ହେଉଥିବା ଦର୍ଶାଇ ଏପରି କହିଛି ପାକିସ୍ତାନ।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେସି କହିଛନ୍ତି, ପାକିସ୍ତାନ ନିଷ୍ପତ୍ତି ନେଇଛି ମୋଦିଙ୍କ ବିମାନକୁ ଦେଶର ଆକାଶ ମାର୍ଗରେ ଉଡ଼ିବାକୁ ଅନୁମତି ଦିଆଯିବନି। ସୂଚନାଯୋଗ୍ୟ ଯେ, ରବିବାରକୁ ପାକିସ୍ତାନ ବ୍ଲାକ୍‌ ଡେ’ ଭାବେ ପାଳନ କରୁଛି। ଏହି ଦିନ ହିଁ ମୋଦିଙ୍କ ଗସ୍ତ ବାବଦରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ମୋଦି ସୋମବାର ସାଉଦି ଆରବ ଗସ୍ତରେ ଯିବାର ଅଛି। ଏହି ଅବସରରେ ସେ ଅନ୍ତର୍ଜାତୀୟ ବ୍ୟବସାୟିକ ଫରମ୍‌ରେ ଯୋଗଦେବା ସହ ସାଉଦି ନେତୃତ୍ୱ ସହ ଆଲୋଚନା କରିବାର ଅଛି।

You might also like