ରାଷ୍ଟ୍ରପତିଙ୍କ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଇଲା ପାକ୍‌

ଇସ୍‌ଲାମାବାଦ : ପାକିସ୍ତାନ ଆକାଶ ମାର୍ଗ ବନ୍ଦ କରିବା ପରେ ଏବେ ଏହାକୁ ନେଇ ଉଠିଛି ବିରୋଧ। ଜାତିସଂଘରେ ଶାନ୍ତି ଓ ସଦଭାବନାର କଥା କହୁଥିବା ପାକିସ୍ତାନର ଅସଲ ମୁଖା ଏହି ଘଟଣା ପରେ ଖୋଲି ଯାଇଥିବା କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ।

କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନର ଏପରି ଆଭିମୁଖ୍ୟ ଆଦୌ ଶୋଭନୀୟ ନୁହେଁ। ଏନେଇ ପରବର୍ତ୍ତି ସମୟରେ ଭାରତ କଡ଼ା ଜବାବ ରଖିବା ଉଚିତ୍ ବୋଲି କହିଛନ୍ତି ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ ଜେଡି ବକ୍ସି ।

ମାନବିକତାକୁ ଦୃଷ୍ଟିରେ ରଖି ପାକିସ୍ତାନ ସବୁ ବେଳେ ୟୁଏନ୍‌ର ଦ୍ୱାରସ୍ତ ହୋଇଛି । ପାକିସ୍ତାନ ଆକାଶ ମାର୍ଗରେ ଭାରତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଇଛି ଇସଲାମାବାଦ। ଏକ ନ୍ୟୁଜ୍ ଏଜେନ୍ସିକୁ ପାକ୍ ବୈଦେଶିକ ମନ୍ତ୍ରୀ ଏସ୍.ଏମ୍ କ୍ୟୁରେସି ଏହି ସୂଚନା ଦେଇଛନ୍ତି।

ଆସନ୍ତାକାଲି ରାଷ୍ଟ୍ରପତି କୋବିନ୍ଦଙ୍କ ସ୍ୱିଜରଲ୍ୟାଣ୍ଡ, ସ୍ଲୋଭେନିଆ ଓ ଆଇସଲ୍ୟାଣ୍ଡ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପାକ୍ ଏୟାର ସ୍ପେସ୍‌ ବ୍ୟବହାର ପାଇଁ ଅନୁମତି ମାଗିଥିଲା ରାଷ୍ଟ୍ରପତି ଭବନ।  ତେବେ ଔପଚାରିକଭାବେ ପକିସ୍ତାନ ଭାରତକୁ ଜଣାଇ ନଥିଲେ ମଧ୍ୟ ଗଣମାଧମରେ ବୟାନ ରଖିଛନ୍ତି ପାକ୍ ବିଦେଶ ମନ୍ତ୍ରୀ।

 

 

ଆହୁରି ପଢ଼ନ୍ତୁ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

You might also like