ଜେଲ୍‌ରୁ ମୁକୁଳିବେ ନୱାଜ୍‌ ଓ ମରିୟମ୍‌

ନୂଆଦିଲ୍ଲୀ: ଜେଲ୍‌ରୁ ମକୁଳିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ୍‌ ସରିଫ୍ ଏବଂ ତାଙ୍କ ଝିଅ ମରିୟମ୍। ପାକିସ୍ତାନର କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମର ସୂଚନା ଅନୁସାରେ ଇସ୍ଲାମାବାଦ ହାଇକୋର୍ଟ ଆଜି ଉଭୟଙ୍କ ଜେଲ୍ ଦଣ୍ଡାଦେଶକୁ ପ୍ରତ୍ୟାହାର କରିଦେଇଛନ୍ତି।

ଇଂଲଣ୍ଡର ଏଭିନ୍ ଫିଲ୍‌ଡ ପ୍ରପର୍ଟିରେ ନଓ୍ୱାଜ୍‌ ସରିଫ୍‌ଙ୍କ ଏକାଧିକ ସମ୍ପତ୍ତି ଥିବା ପାନାମା ପେପର୍ ଲିକ୍ ପରେ ଖୁଲାସା ହୋଇଥିଲା। ଏହାପରେ ଦୁର୍ନୀତି ଅଭିଯୋଗରେ ନୱାଜ୍‌ଙ୍କୁ ୧୦ ବର୍ଷ ଓ ମରିୟମ୍‌ଙ୍କୁ ୭ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ନ୍ୟାସନାଲ୍ ଆକାଉଣ୍ଟବିଲିଟି ବ୍ୟୁରୋ କୋର୍ଟ।

ଜୁଲାଇ ୧୫ ତାରିଖରେ ପାକିସ୍ତାନ ପହଞ୍ଚିବା ପରେ ନୱାଜ୍‌ ସିରଫ୍ ଓ ତାଙ୍କ ଝିଅ ମରିୟମଙ୍କୁ ପୁଲିସ୍‌ ଗିରଫ କରିଥିଲା। ଉଭୟେ ରାଓ୍ୱଲ୍‌ପିଣ୍ଡିର ଆଦିଆଲା ଜେଲ୍‌ରେ ରହିଥିବା ବେଳେ ସେମାନଙ୍କୁ B କ୍ଲାସ୍ ସୁବିଧା ସୁଯୋଗ ଦିଆଯାଇଛି। ସରିଫ୍‌ଙ୍କ ସ୍ତ୍ରୀ କ୍ୟାନସର୍‌ରେ ପ୍ରାଣ ହରାଇବା ପରେ ଗତ ସପ୍ତାହରେ ଉଭୟେ କିଛିଦିନ ପାଇଁ ଜେଲରୁ ବାହାରିଥିଲେ।

You might also like