ପାକିସ୍ତାନ ଜାରି କଲା ବିବାଦୀୟ ନକ୍ସା, କାଶ୍ମୀରକୁ ନିଜର କହିଲା

ଇସଲାମାବାଦ: ନେପାଳ ରାସ୍ତାରେ ଚାଲିଲା ପାକିସ୍ତାନ। ପାକିସ୍ତାନର ଇମ୍ରାନ୍ ଖାନ୍ ସରକାର ବିବାଦୀୟ ନକ୍ସାକୁ ମଞ୍ଜୁରୀ ଦେଇଛନ୍ତି। ନକ୍ସାରେ ପାକିସ୍ତାନ କଶ୍ମୀରକୁ ନିଜର ବୋଲି ଦର୍ଶାଇଛି। ପ୍ରଥମେ ପାକିସ୍ତାନ କେବଳ ପିଓକେକୁ ନିଜର ବୋଲି କହିଆସୁଥିଲା, କିନ୍ତୁ ଏବେ ନୂଆ ନକ୍ସାରେ କଶ୍ମୀରକୁ ସାମିଲ୍‌ କରିଛି। ପାକିସ୍ତାନ ତା’ର ନୂଆ ନକ୍ସାରେ ଲଦାଖ, ସିଆଚେନ୍ ସମେତ ଗୁଜରାଟର ଜୁନାଗଡ଼ ପର୍ଯ୍ୟନ୍ତ ନିଜର ବୋଲି ଦାବି କରିଛି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏହାକୁ ପାକିସ୍ତାନ ଇତିହାସାର ସବୁଠାରୁ ଐତିହାସିକ ଦିନ ବୋଲି ଆଖ୍ୟା ଦେଇଛନ୍ତି। ବିବାଦୀୟ ନକ୍ସାକୁ ମଞ୍ଜୁରୀ ଇମ୍ରାନ୍ ଖାନଙ୍କ କ୍ୟାବିନେଟରେ ଅନୁମୋଦନ ମିଳିଛି। କ୍ୟାବିନେଟ୍ ବୈଠକ ପରେ ଇମ୍ରାନ୍ ଖାନ୍ ରାଜନୀତିକ ମ୍ୟାପ୍ ଜାରି କରିଛନ୍ତି। ନକ୍ସାରେ କଶ୍ମୀରକୁ ପାକିସ୍ତାନର ବୋଲି କୁହାଯାଇଛି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ ଆସନ୍ତାକାଲି ବର୍ଷେ ପୁରୁଛି। ଗତବର୍ଷ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗ କରିଥିଲେ। ଏହାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ନୂଆ ମ୍ୟାପ ସାର୍ବଜନୀନ କରିଛି।

 

map_080420070327.png

 

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ କହିଛନ୍ତି, ଇତିହାସରେ ପ୍ରଥମଥର ପାଇଁ ଆମେ ବିଶ୍ୱ ଆଗରେ ଆମର ଆଭିମୁଖ୍ୟ ସ୍ପଷ୍ଟ କରିଛୁ। ସମଗ୍ର କଶ୍ମୀର ଏକ ବିବାଦୀୟ ଅଞ୍ଚଳ। ଏଥିରେ ଜାତିସଂଘ ହସ୍ତକ୍ଷେପ କରି ଏହାର ସମାଧାନ କରିବା ଦରକାର। ପାକିସ୍ତାନ ଆସନ୍ତାକାଲି ସମଗ୍ର ଦେଶରେ କଳା ଦିବସ ପାଳନ କରିବେ। ଭାରତ ସରକାର ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାକୁ ପାକିସ୍ତାନ ବିରୋଧ କରୁଛି।

ପାକିସ୍ତାନ ପୂର୍ବରୁ ନେପାଳ ଏଭଳି କାମ କରିସାରିଛି। ନେପାଳ ମଧ୍ୟ ବିବାଦୀୟ ନକ୍ସାକୁ ଅନୁମୋଦନ ଦେଇଛି, ଯେଉଁଥିରେ ଭାରତର କଳାପାଣି, ଲିପୁଲେଖ ଓ ଲିମ୍ପିଆଧୁରକୁ ସାମିଲ୍‌ ହୋଇଛି। ନେପାଳ ଏହି ବିବାଦୀୟ ନକ୍ସାକୁ ମେ’ ୨୦ ତାରିଖରେ ଜାରି କରିଥିଲା, ଯାହାକୁ ସେମାନଙ୍କ ସଂସଦ ଅନୁମୋଦନ ଦେଇଛି।

ଆହୁରି ପଢ଼ନ୍ତୁ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

You might also like