ପିଓକେରେ ପାକିସ୍ତାନର ସେନା ଏୟାରେବେସ, ସାଟେଲାଇଟ୍‌ ଚିତ୍ର କଲା ଖୁଲାସା

ଇସଲାମା‌ବାଦ: ଭାରତ ବିରୋଧରେ ନିଜର ଯୁଦ୍ଧ ପ୍ରସ୍ତୁତିକୁ ଆହୁରି ମଜବୁତ୍‌ କରିବା ପାଇଁ ପାକ୍‌ ସେନା ସ୍କାର୍ଦ୍ଦୁରେ ଏକ ନୂଆ ଏୟାରବେସ ତିଆରି କରୁଛନ୍ତି। ପାକ୍‌ ଏୟାରଫୋର୍ସ ଭାରତ ବିରୋଧରେ ଏହି ଏୟାରେବେସ୍‌କୁ ବ୍ୟବହାର କରିପାରେ। ଭାରତୀୟ ଗୁଇନ୍ଦା ବିଭାଗ ସାଟେଲାଇଟ ଦ୍ୱାରା ନିଆଯାଇଥିବା ଫଟୋରେ ଏହି ନୂଆ ଏୟାରବେସ୍‌କୁ ଚିହ୍ନଟ କରାଯାଇଛି। ଏହି ଫଟୋ ଓପେଟ ସୋର୍ସ ଇଣ୍ଟେଲିଜେନ୍ସ ଏନାଲିଷ୍ଟ Detresfa ଜାରି କରିଛି।

ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ପାକିସ୍ତାନର ନିଦ ହଜାଇ ଦେଇଛି। କାଳେ ଭାରତ କୌଣସି ସମୟରେ କୌଣସି ସର୍ଜିକାଲ ଷ୍ଟ୍ରାଇକ୍ କରିବ, ସେହି ଭୟରେ ଏଲ୍‌ଓସି ନିକଟରେ ପାକିସ୍ତାନ ଏଫ-୧୬ ଏବଂ ଜେଏଫ-୧୭ ଯୁଦ୍ଧ ବିମାନ  ସଜାଗ ରହିଛି।

ପାକିସ୍ତାନ ରଣନୀତି ଦୃଷ୍ଟିରୁ ଦେଖିଲେ, ପିଓକେରେ ଥିବା ସ୍କାର୍ଦ୍ଦୁ ସ୍ଥିତ ପାକିସ୍ତାନ ବାୟୁସେନାର ଏହି ଏୟାରପୋର୍ଟ ବେଶ ଗୁରୁତ୍ୱପୂର୍ଣ୍ଣ। ଏହା ଶ୍ରୀନଗରଠାରୁ ମାତ୍ର ୨୦୦ କିମି ଦୂର। ଏଠାରୁ ଉଡାନ ଭରିବା ପରେ ଅତି କମ୍‌ରେ ମାତ୍ର ୫ ମିନିଟ୍‌ରେ  ଭାରତୀୟ ବାୟୁସୀମା ଭିତରେ ପ୍ରବେଶ କରିପାରିବ। ଅବଶ୍ୟ ଭାରତ ସୀମାରେ ଥିବା ଏୟାର ଡିଫେନ୍ସକୁ ଏହା ଭେଦ କରିବା ଏତେ ସହଜ ନୁହେଁ ।

ସେତିକି ନୁହେଁ, ଏହି ନୂଆ ଏୟାର ପୋର୍ଟରେ ପାକିସ୍ତାନ ଅଣ୍ଡରଗ୍ରାଉଣ୍ଡ ଫୁଏଲ ସେଣ୍ଟର ଏବଂ ଅସ୍ତ୍ରଶସ୍ତ୍ର ଡିପୋ ମଧ୍ୟ ନିର୍ମାଣ କରିଛି। ପାକିସ୍ତାନ ଏଠାରୁ ଚୀନ-ପାକ୍‌ ଇକୋନମିକ କରିଡର ଉପରେ ମଧ୍ୟ ନଜର ରଖିବାକୁ ଚାହୁଁଛି। ସୂଚନାଥାଉ କି, ସ୍କାର୍ଦ୍ଦୁରେ ପୂର୍ବରୁ ପାକିସ୍ତାନର ଏକ ସିଭିଲ ଏୟାରପୋର୍ଟ ରହିଛି। ଏହା ପରେ ଆଉ ଏକ ଏୟାରବେସ କାହିଁକି କରୁଛି ତାହା ସହଜେ ଅନୁମେୟ।

You might also like