ସମୁଦ୍ର ଦେଇ ଭାରତକୁ ଅନୁପ୍ରବେଶ କରିପାରନ୍ତି ପାକିସ୍ତାନୀ କମାଣ୍ଡୋ, ଆତଙ୍କବାଦୀ

ନୂଆଦିଲ୍ଲୀ: ଗୁଜରାଟରେ ସାଂପ୍ରଦାୟିକ ହିଂସା ତଥା ଆତଙ୍କବାଦ ଆକ୍ରମଣର ଯୋଜନା କରୁଛି ପାକିସ୍ତାନ। ସମୁଦ୍ର ପଟେ ପାକିସ୍ତାନର କମାଣ୍ଡୋ କିମ୍ବା ଆତଙ୍କବାଦୀମାନଙ୍କୁ ଭାରତକୁ ଅନୁପ୍ରବେଶ କରାଇବା ନେଇ ପାକିସ୍ତାନ ଯୋଜନା ଚଲାଇଛି।

ପାକିସ୍ତାନର ଏହି ତାଲିମପ୍ରାପ୍ତ କମାଣ୍ଡୋ କିମ୍ବା ଅଆତଙ୍କବାଦୀମାନେ ଛୋଟ ଛୋଟ ଡଙ୍ଗା ମାଧ୍ୟମରେ ସମୁଦ୍ର ପଥ ଦେଇ କଚ୍ଛ ଉପକୂଳ ଓ ସାର୍‌ କ୍ରିକ୍‌ ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି। ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ମିଳିବା ପରେ ଗୁଜରାଟର ସମସ୍ତ ବନ୍ଦରକୁ ହାଇ ଆଲର୍ଟରେ ରଖାଯାଇଛି।

ସୂଚନା ଅନୁସାରେ, ପାକିସ୍ତାନର ଏହି ତାଲିମପ୍ରାପ୍ତ କମାଣ୍ଡୋମାନଙ୍କୁ ଏମିତି ଟ୍ରେନିଂ ଦିଆଯାଇଛି ଯେ ଏମାନେ ପାଣି ଭିତରେ ମଧ୍ୟ ଆକ୍ରମଣ କରିପାରିବେ।

ଅନ୍ୟପକ୍ଷରେ ପାକିସ୍ତାନର ତାଲିମପ୍ରାପ୍ତ କମାଣ୍ଡୋ କିମ୍ବା ଆତଙ୍କବାଦୀ ଅନୁପ୍ରବେଶ ନେଇ ସୂଚନା ମିଳିବା ପରେ ଗୁଜରାଟରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ା ଯାଇଛି। ଏଥିସହ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିପ୍ରତି  କଡ଼ ନଜର ରଖାଯାଇଛି। ବିଏସ୍ଏଫ୍ ଓ କୋଷ୍ଟଗାର୍ଡଙ୍କୁ ହାଇ ଆଲର୍ଟରେ ରଖାଯିବା ସହ କଚ୍ଛ ଏବଂ ସାର୍ କ୍ରିକ୍ ଅଞ୍ଚଳରେ ପାଟ୍ରୋଲିଂ ୟୁନିଟ୍ ସଂଖ୍ୟାକୁ ବଢ଼ାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

You might also like