କରୋନା ଟିକା ନେବାର ୨ ଦିନ ପରେ ପଜିଟିଭ୍‌ ଚିହ୍ନଟ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ: କରୋନା ଟିକା ନେବାର ୨ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଇମ୍ରାନ୍‌ ଖାନ୍ କରୋନା ଆକ୍ରାନ୍ତ ନେଇ ପାକିସ୍ତାନ ସ୍ୱାସ୍ଥ୍ୟ ସେବାର ପ୍ରମୁଖ ଅଧିକାରୀ ଫୈଜଲ ସୁଲ୍‌ତାନ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ହୋମ୍‌  ଆଇସୋଲେସନ୍‌ରେ ଅଛନ୍ତି।

ଗତ ୧୮ ତାରିଖରେ ଇମ୍ରାନ୍‌ ଖାନ୍ କରୋନା ଟିକା ନେଇଥିଲେ। ଆଉ ଗତକାଲି ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ବର୍ତ୍ତମାନ ସେ ହୋମ୍‌  ଆଇସୋଲେସନ୍‌ରେ ଅଛନ୍ତି। ଇମ୍ରାନ୍‌ ଖାନ୍ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ କରୋନାରୁ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି।

You might also like