ରାଜନାଥଙ୍କ ମନ୍ତବ୍ୟରେ ଇମ୍ରାନଙ୍କ ନିଦ ହଜିଗଲା, କହିଲେ, ପାକିସ୍ତାନ ସହ ନେହରୁ ଏବଂ ଗାନ୍ଧି ପରିବାର ବି ବିପଦରେ

ଇସ୍‌ଲାମାବାଦ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମନ୍ତବ୍ୟ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି। ଗତକାଲି ପିଓକେ ପ୍ରସଙ୍ଗରେ ରାଜନାଥ ସିଂହ କହିଥିଲେ ଭାରତ ପାକିସ୍ତାନ ସହ ଏଥର କଥା ହେଲେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ବାବଦରେ ଆଲୋଚନା କରିବ। ଏହା ପୂର୍ବରୁ ଅଗଷ୍ଟ ୧୬ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ବିବାଦକୁ ନେଇ କହିଥିଲେ ଆବଶ୍ୟକ ପଡ଼ିଲେ ଭାରତ ତାର ପରମାଣୁ ନୀତି ବଦଳାଇବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଏହି ପ୍ରସଙ୍ଗରେ ଗତକାଲି ଏକ ସିରିଜ୍ ଟୁଇଟ୍ କରିଛନ୍ତି। ରାଜନାଥଙ୍କ ଏପରି ମନ୍ତବ୍ୟରେ ପାକିସ୍ତାନ କେତେ ବିଚଳିତ ହୋଇପଡ଼ିଛି ତାହା ଏହି ଟ୍ୱିଟରରୁ ପ୍ରମାଣିତ ହୋଇଛି।

ଇମ୍ରାନ୍ ଖାନ୍ ବିଶ୍ୱର ସମସ୍ତ ଦେଶକୁ ରାଜନାଥ ସିଂହଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଉପରେ ଗୁରୁତ୍ୱାରୋପ କରିବାକୁ କହିଛନ୍ତି। ସେ କହିଛନ୍ତି ‘ଭାରତରେ ଫାଶୀବାଦ ଏବଂ ଜାତିବାଦର ହିନ୍ଦୁ ସରକାର ଚାଲିଛି। ଯାହାକୁ ସାରା ଦୁନିଆ ଆଲୋଚନା କରିବା ଦରକାର।

ମୋଦି ସରକାରରେ ଅଳ୍ପ ସଂଖ୍ୟକ ଲୋକ, ନେହେରୁ ଏବଂ ଗାନ୍ଧି ପରିବାର ତଥା  ପାକିସ୍ତାନ ବିପଦରେ ରହିଛି ବୋଲି ଇମ୍ରାନ୍ ଖାନ୍ ଟୁଇଟ୍ କରିଛନ୍ତି। ମୋଦି ସରକାରଙ୍କ ଚରମପନ୍ଥୀ ନୀତିକୁ ସମସ୍ତେ ଭଲ ଭାବରେ ବୁଝିବା ଦରକାର’।

ସେହିପରି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମେହମୁଦ୍ କୁରେଶୀ ଗତକାଲି କହିଛନ୍ତି ‘ପିଓକେ ପ୍ରସଙ୍ଗରେ ଭାରତ ଏପରି ମତ ଦେବା ଅନୁଚିତ୍‌’। ଏଥିସହ ଜମ୍ମୁ କଶ୍ମୀରରେ ଗିରଫ ହୋଇଥିବା ବିଛିନ୍ନତାବାଦୀ ନେତା, ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା, ମେହବୁବା ମୁଫତି ଆଦିଙ୍କୁ ଛାଡ଼ିବା ପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ମୋଦି ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ଏହାକୁ ବିରୋଧ କରିଛି। ଏହି ବିବାଦକୁ ଅନ୍ତର୍ଜାତୀୟ ସ୍ତରରେ ବିଚାର କରିବା ପାଇଁ ପାକିସ୍ତାନ ଚେଷ୍ଟା କରି ଫେଲ୍ ମାରୁଛି। ନିକଟରେ ଜାତିସଂଘ ସୁରକ୍ଷା ପରିଷଦରେ ମଧ୍ୟ କଶ୍ମୀର ପ୍ରସଙ୍ଗରେ ଚାଇନାକୁ ଛାଡ଼ିଦେଲେ ଅନ୍ୟ ଚଉଦଟି ଦେଶ ପାକିସ୍ତାନକୁ ସମର୍ଥନ କରିନଥିଲେ। ଜମ୍ମୁ କଶ୍ମୀର ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବା ଦରକାର ବୋଲି ସମସ୍ତ ଦେଶ ମତ ରଖିଛନ୍ତି।

ଭାରତ ଏହି ପ୍ରସଙ୍ଗରେ ପୂର୍ବରୁ ନିଜର ମତ ରଖି ସାରିଛି। ପାକିସ୍ତାନ ପ୍ରଥମେ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରୁ, ତାପରେ ଯାଇ ଦ୍ୱିପାକ୍ଷିକ ଆଲୋଚନା ହେବ। ଏଥିସହ ଭାରତ ଓ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ଶିମଲା ଚୁକ୍ତି ଅନୁଯାୟୀ ହେବ।

ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ବସବାସ କରୁଥିବା ଲୋକେ ଭାରତୀୟ ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେମାନେ ଭାରତରେ ମିଶିବା ପାଇଁ ଦାବି କରିଛନ୍ତି। ଯାହା ପାକିସ୍ତାନର ସମସ୍ୟାକୁ ବଢ଼ାଇ ଦେଇଛି। ଉଲ୍ଲେଖଯୋଗ୍ୟ, ପିଓକେର ଗିଲଗିଟ୍‌-ବାଲ୍ଟିସ୍ତାନ ଅଞ୍ଚଳର ବାସିନ୍ଦା ଭାରତରେ ମିଶିବା ଦାବି କରି ଅଗଷ୍ଟ ୧୩ରେ ବିକ୍ଷୋଭ କରିଥିଲେ।

ସେହିପରି ଧାରା ୩୭୦ ଉଚ୍ଛେଦ ପରେ ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ପିଓକେ ଓ ଅକ୍ସାଇ ଚୀନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ।

ଆହୁରି ପଢ଼ନ୍ତୁ

୨୦୧୯ରେ ୨୦୫୦ ଥର ଅସ୍ତ୍ରବିରତୀ ଉଲ୍ଲଙ୍ଘନ କଲାଣି ପାକିସ୍ତାନ; ଗଲାଣି ୨୧ ଜୀବନ

ପାକିସ୍ତାନ ବିରୋଧରେ ମିଛ ପ୍ରଚାର କରୁଛନ୍ତି ଭାରତ ସରକାର; ଶରଦ ପାୱାର୍

ନଦୀରେ ବୁଡ଼ିଗଲା ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ମୋଟର୍ ଲଞ୍ଚ୍

ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ହାରିବ: ଇମ୍ରାନ ଖାନ୍

ଚଳନ୍ତା ଗାଡ଼ିରେ ଏମିତି ଟାୟାର ବଦଳାଇଲେ ଯୁବକ, ଭିଡିଓ ଭାଇରାଲ

ପୂଜା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଭେଟି

ଓସାମା ବିନ୍ ଲାଡେନ୍‌ ପୁଅ ହମଜା ବିନ୍ ଲାଡେନ ନିହତ

ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ୪୦ ହଜାର କୋଟି ଦାବି କଲା ବାୟୁସେନା

ସନ୍ଧାନୀ କୁକୁର ‘ଡଚ୍‌’କୁ ଭାରତୀୟ ସେନାର ଶ୍ରଦ୍ଧାଞ୍ଜଳି

ତୈଳ କମ୍ପାନୀ ଉପରେ ଡ୍ରୋନ୍‌ ଆକ୍ରମଣ

ଏମିତି ବି ଆସେ ମୃତ୍ୟୁ: ନାଗିନ୍‌ ଡ୍ୟାନ୍ସ କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ଭାରତରେ ହେବ ଶପିଂ ଫେଷ୍ଟିଭାଲ

You might also like