ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ସର୍ବଦା ଭାରତ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍ କ୍ୟୁରେଶି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର କ୍ୟୁରେଶିଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ସେ ନିଜକୁ ହୋମ୍ କ୍ୱାରେଣ୍ଟିନରେ ରଖିଛନ୍ତି। ଏ ନେଇ ଖୋଦ୍ କ୍ୟୁରେଶି ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଶୁକ୍ରବାର ଅପରାହ୍ନରେ ମୋତେ ସାମାନ୍ୟ ଜ୍ୱର ହୋଇଥିବା ଅନୁଭୂତ କଲି, ଯାହା ପରେ ତୁରନ୍ତ ନିଜକୁ ହୋମ୍ କ୍ୱାରେଣ୍ଟିନରେ ରଖିବାକୁ ନିଷ୍ପତ୍ତି ନେଲି। ତା’ଛଡ଼ା ମୁଁ ମୋର କୋଭିଡ୍ ଟେଷ୍ଟ କରାଇଥିଲି, ଯାହା ପଜିଟିଭ୍ ଆସିଛି। ତେବେ ଭଗବାନଙ୍କ ଆଶୀର୍ବାଦରୁ ମୁଁ ସୁସ୍ଥ ଅଛି। ହୋମ୍ କ୍ୱାରେଣ୍ଟିନରେ ରହିବା ସତ୍ତ୍ୱେ ମୁଁ ମୋ କର୍ତ୍ତବ୍ୟ ଜାରି ରଖିଛି।

ସୂଚନାଯୋଗ୍ୟ, ଶୁକ୍ରବାର ସୁଦ୍ଧା ପାକିସ୍ତାନରେ କରୋନା ପଜିଟିଭ୍ ସଂଖ୍ୟା ୨୨୧,୮୯୬ରେ ପହଞ୍ଚିଛି। ଏଥିମଧ୍ୟରୁ ୧,୧୩,୬୨୩ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ତେବେ କରୋନାରେ ଦେଶରେ ସାଢ଼େ ୪ହଜାରରୁ ଅଧିକ ଲୋକେ ମୃତ୍ୟୁବରଣ କରିଛନ୍ତି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like