ଧଳା ପତାକା ଦେଖାଇ ଯବାନଙ୍କ ମୃତଦେହ ନେଲା ପାକ୍‌ ସେନା

ନୂଆଦିଲ୍ଲୀ: ଅସ୍ତ୍ରବିରତି ଉଲ୍ଲଂଘନ ଭାରତ ପକ୍ଷରୁ ପ୍ରଥମେ ହେଉଛି ବୋଲି ପାକିସ୍ତାନ ବାରମ୍ୱାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରକୃତ ସତ କ’ଣ ତାହା ଏବେ ସାମ୍ନାକୁ ଆସିଛି।

ନିକଟରେ ଜମ୍ମୁ କଶ୍ମୀରର ହାଜିପୁର ସେକ୍ଟରରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଯାହାର କଡ଼ା ଜବାବ ଭାରତୀୟ ଯବାନ ଦେଇଥିଲେ। ଭାରତୀୟ ସେନାର ଜବାବରେ ପାକିସ୍ତାନର ୨ ଜଣ ସେନାଙ୍କ ମୃତ୍ୟୁ ଘଟିଥିଲା। ଏବେ ସେହି ମୃତଦେହକୁ ନେବା ପାଇଁ ପାକିସ୍ତାନ ଧଳା ପତାକା ଦେଖାଇଛି। ଏଭଳି କିଛି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ମୃତକଙ୍କ ମଧ୍ୟରେ ପାକିସ୍ତାନ ସିପାହୀ ଗୁଲାମ୍ ରସୁଲ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ୧୦-୧୧ ତାରିଖ ଦିନ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲେ। ଯାହାର କଡ଼ା ଜବାବ ଭାରତୀୟ ସେନା ଦେଇଥିଲେ। ଏଥିରେ ପାକିସ୍ତାନର ୨ ଜଣ ସେନାଙ୍କ ମୃତ୍ୟୁ ଘଟିଥିଲା।

You might also like