କରୋନାରେ ଆଖି ବୁଜିଲେ ମାଗଣାରେ ଗରିବଙ୍କ ଚିକିତ୍ସା କରୁଥିବା ଡାକ୍ତର ବାବୁ

ଜୀବନ ଯୁଦ୍ଧରେ ହାରିଗଲେ ହୃଦରୋଗ ବିଶେଷଜ୍ଞ

 

  • ଅମର ହୋଇଗଲେ ଯୋଦ୍ଧା
  • କରୋନାରେ ଜୀବନ ହାରିଲେ ପ୍ରସିଦ୍ଧ ଡାକ୍ତର କେ କେ ଅଗ୍ରୱାଲ
  • ସେ ଆଇଏମଏ (IMA) ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ସହ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି
  • କରୋନା କାଳରେ ଭିଡିଓ ମାଧ୍ୟରେ ଲୋକଙ୍କୁ ସଚେତନ କରୁଥିଲେ
ଜୀବନ ଯୁଦ୍ଧରେ ହାରିଗଲେ (ଆଇଏମଏ) ପୂର୍ବତନ ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ଡକ୍ଟର କେ.କେ ଅଗ୍ରୱାଲ । ମାଗଣାରେ ଶହ ଶହ ଲୋକଙ୍କ ଚିକିତ୍ସା କରୁଥିବା ଡାକ୍ତର ବାକୁ କରୋନା ସଂକ୍ରମିଣ ହୋଇ ଆଖି ବୁଜିଦେଲେ । କିଛି ଦିନ ଧରି ମହାମାରୀ ସହ ଅନବରତ ଯୁଦ୍ଧ କଲା ପରେ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କର ନିଧନ ହୋଇଛି । ସଂକ୍ରମଣରେ ଗୁରୁତର ହେବା ପରେ ତାଙ୍କୁ ଦିଲ୍ଲୀ AIIMSରେ ଭର୍ତ୍ତି କରାଯାଇଥିଲା। ଏକ ସ୍ୱତନ୍ତ୍ର ଡାକ୍ତର ଦଳ ତାଙ୍କୁ ଚିକିତ୍ସା କରୁଥିଲେ । କରୋନା ସଂକ୍ରମିତ ହୋଇଥିବା ନେଇ ଡକ୍ଟର କେ.କେ ଅଗ୍ରୱାଲ ନିଜେ କିଛି ଦିନ ପୂର୍ବରୁ ନିଜ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥିଲେ ।

 

ଚିକିତ୍ସା ଜଗତ ପାଇଁ ଏକ ବଡ କ୍ଷତି । ମହମାରୀ ଆଉ ଜଣେ ପ୍ରସିଦ୍ଧ ଡାକ୍ତରଙ୍କ ଜୀବନ ନେଇଗଲା । ଡକ୍ଟର କେ.କେ ଅଗ୍ରୱାଲ ତାଙ୍କ ବୃତ୍ତି ହେତୁ ଯେତିକି ଲୋକପ୍ରିୟ ଥିଲେ ସହୃଦୟତା ପାଇଁ ଅଧିକ୍ ଜଣାଶୁଣା ଥିଲେ । କରୋନା ସଙ୍କଟ ମଧ୍ୟରେ ହଜାର ହଜାର ଲୋକଙ୍କୁ ସାହାଯ୍ୟ କରିଥିଲେ। ଟଙ୍କା ନଥିଲେ ବି ରୋଗୀଙ୍କୁ କେବେ ସେ ଫେରାଇ ଦେଇନାହାନ୍ତି । ମାଗଣାରେ ଅନେକ ରୋଗୀଙ୍କର ଚିକିତ୍ସା କରିଛନ୍ତି । ଦୁଃଖର ବିଷୟର କରୋନା ସଙ୍କଟ ସମୟରେ ସର୍ବଦା ଢ଼ାଲ ହୋଇ ଛିଡ଼ା ହୋଇଥିବା ମଣିଷ ଜଣକ ଜୀବନ ଯୁଦ୍ଧରେ ହାରିଗଲେ ।

ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲ ନିକଟରେ ଏକ ଭିଡିଓ ସେୟାର କରିଥଲେ । କେଉଁ କେଉଁ ଲୋକଙ୍କ ପାଇଁ କରୋନା ସଂକ୍ରମଣ ଅଧିକ ବିପଦ ଆଣି ଦେଉଛି, ଆଉ କେଉଁମାନଙ୍କୁ କରୋନାର ଭୟ ନାହିଁ, ସେନେଇ ପରାମର୍ଶ ଦେଇଥିଲେ । ସଙ୍କଟ କାଳରେ ନିୟମିତ ବ୍ୟବଧାନରେ ବିଭିନ୍ନ ଭିଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଥିଲେ । ଆଜି ସେହି ମହାନ୍ ମଣିଷ ଜଣକ ଆଉ ଆମ ଗହଣରେ ନାହାନ୍ତି ।

You might also like