ସମ୍ମାନଜନକ ପଦ୍ମ ସମ୍ମାନ ଘୋଷିତ

ଏ ବର୍ଷ ତିନ ଜଣ ଓଡିଆଙ୍କୁ ମିଳବ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ : ଘୋଷିତ ହୋଇଛି ଚଳିତ ବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର। ଏ ବର୍ଷ ତିନ ଜଣ ଓଡିଆଙ୍କୁ ମିଳବ ପଦ୍ମଶ୍ରୀ ସମ୍ମାନ। ଏହି ତିନି ଜଣ ହେଉଛନ୍ତି କେନ୍ଦୁଝରର ଦୈତାରୀ ନୟକ, କଟକର ଡି. ପ୍ରକାଶ ରାଓ ଏବଂ ଜୟପୁରର କମଳା ପୁଝାରୀ ।

ସମାଜସେବା କ୍ଷେତ୍ରରେ ଦୈତାରୀ ନାୟକ ଏବଂ ଡି. ପ୍ରକାଶ ରାଓ ମନୋନୀତ ହୋଇଥିବାବେଳେ,  କୃଷିକ୍ଷେତ୍ରରେ ଅବଦାନ ପାଇଁ କମଳା ପୁଝାରୀଙ୍କୁ  ମିଳିବ ପଦ୍ମଶ୍ରୀ।

ସେହିପରି ବିଶିଷ୍ଠ ଲେଖିକା ପ୍ରବାସୀ ଭାରତୀୟ ଗୀତା ମେହେଟ୍ଟା ପାଇବେ ପଦ୍ମଶ୍ରୀ। ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ।

ଚଳିତ  ବର୍ଷ ୪ ଜଣଙ୍କୁ ପଦ୍ମବିଭୂଷଣ ଏବଂ ୧୪ ଜଣ ପଦ୍ମଭୂଷଣ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ୯୪ ଜଣ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି।

You might also like