ବଳଦ କି ମେସିନ ନୁହେଁ, ଧାନ ଅମଳ କାମରେ ଲାଗିଛି ହାତୀ

ତାମିଲନାଡୁ ମଦୁରାଇରେ ହାତୀ ବେଙ୍ଗଳା ପକାଇବାକୁ ନେଇ ଚର୍ଚ୍ଚା

ମଦୁରାଇ : ଧାନ ଅମଳର ନୂଆ ତରିକା । ବଳଦ କି ମେସିନ ବଦଳରେ ହାତୀକୁ ଲଗାଯାଇଛି ଧାନ ଅମଳ କାମରେ। ବେଙ୍ଗଳା କରୁଛି ହାତୀ । ଧାନ ଖାଇବା ପରିବର୍ତ୍ତେ ମାହୁନ୍ତର ଅନୁଗାମୀ ହୋଇ ବଦଳ ପରି ବେଙ୍ଗଳା କରୁଛି ହାତୀ ।  ତାମିଲନାଡୁ ମଦୁରାଇ ଅଅଞ୍ଚଳରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ଧାନ ଅମଳ ପାଇଁ ବଳଦ ବ୍ୟବହାର କରିବା ଏକ ସାଧାରଣ କଥା। ଏବେ କିନ୍ତୁ ଦୁନିଆ ବଦଳିବା ସଙ୍ଗେ ଚାଷୀମାନେ ପ୍ରାୟ ଟ୍ରାକ୍ଟର ବ୍ୟବହାର ହେଉଛି ।  ଏହାଦ୍ୱାରା ଅଳ୍ପସମୟରେ ବହୁତ ଫସଲ ଅମଳ ହୋଇପାରୁଛି । କିନ୍ତୁ ତାମିଲନାଡୁର ମଦୁରାଇ ଅଂଚଳରୁ ଆସିଥିବା ଏକ ଚିତ୍ର ଅନେକଙ୍କ ମନରେ କୌତୁହଳ ସୃଷ୍ଟି କରିଛି । ଖଳାରେ ଧାନ ପଡିଛି ବଳଦ ନୁହେଁ ହାତୀ ଧାନ ମଳୁଛି । ଆଗରେ ମାହୁନ୍ତ, ପଛରେ ହାତୀ ମାହୁନ୍ତର ଡାକ ଅନୁସାରେ ହାତୀଟି ବେଙ୍ଗଳା କରୁଛି । ମେସିନ ଯୁଗରେ ବି ଫସଲ ଅମଳ ପାଇଁ ହାତୀର ବ୍ୟବହାର କରାଯାଉଛି  । ଏହା ହୁଏତ ଅଜବ ଲାଗୁଥାଇପାରେ ହାତୀ ସାହାଯ୍ୟରେ ଅମଳ ହେଉଛି । ଧାନ ବିଲରୁ ଧାନ କାଟି ଆଣିବା ପରେ ଅମଳ ପାଇଁ ଚାଷୀ ଜଣଙ୍କ ଚିନ୍ତାରେ ପଡିଯାଇଥିଲେ। ଆଉ ଏଥିପାଇଁ ସେ ଜଣେ ମାହୁନ୍ତର ସାହାଯ୍ୟ ନେଇଥିଲେ ।

ମାହୁନ୍ତର କଥା ଅନୁସାରେ ହାତୀଟି ପାହୁଣ୍ଡ ପରେ ପାହୁଣ୍ଡ ପକାଇ ଧାନ ଅମଳ କରୁଥିବା ଦେଖିବାକୁ ମିଳିଛି । ହାତୀ ଦ୍ୱାରା ଧାନ ଅମଳ ହେଉଥିବା ଦେଖିବା ପରେ କିଛି ଲୋକ ସେମାନଙ୍କ ଧାନ ଅମଳ ପାଇଁ ମାହୁନ୍ତଙ୍କ ସହ ଯୋଗାଯୋଗ କରିଛନ୍ତି ।

You might also like