ପୁଣି ରିମାଣ୍ଡରେ ଗଲେ ପି ଚିଦାମ୍ବରମ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସିବିଆଇ ପୁଣିଥରେ ରିମାଣ୍ଡରେ ନେଇଛି।

ଅଗଷ୍ଟ ୨୧ରୁ ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ପୂର୍ବରୁ ୨ଟି ଦଫାରେ ସିବିଆଇ ଯଥାକ୍ରମେ ୫ ଦିନ ଓ ୪ ଦିନ ରିମାଣ୍ଡରେ ନେଇ ଘନଘନ ଜେରା କରିଥିଲା। ଏବେ ତାଙ୍କୁ ପୁଣିଥରେ ସିବିଆଇ ସୋମବାର ଯାଏ ରିମାଣ୍ଡରେ ନେବାକୁ ଅନୁମତି ପାଇଛି। ଆଜି ତାଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିବାରୁ ଚିଦାମ୍ବରମଙ୍କୁ ଦିଲ୍ଲୀ ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ସିବିଆଇ ତାଙ୍କୁ ଆଉ ୫ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଯାଇଥିଲା। ହେଲେ ସିବିଆଇ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହାର ସେପ୍ଟେମ୍ବର ୨ ଯାଏ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

ଆଜି ସିବିଆଇ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜ ରିମାଣ୍ଡ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ସେ କହିଥିଲେ, “ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅନେକ ପ୍ରମାଣ ମିଳିଛି। ସିବିଆଇ ପି ଚିଦାମ୍ବରମଙ୍କୁ ଆହୁରି ଅନେକ ପ୍ରଶ୍ନ ପଚାରିବାର ଅଛି। ତେଣୁ ପି ଚିଦାମ୍ବରମଙ୍କୁ ରିମାଣ୍ଡରେ ନେବା ନିହାତି ଜରୁରୀ।”

ଅନ୍ୟପକ୍ଷରେ ସୁପ୍ରିମକୋର୍ଟରେ ଗତକାଲି ଚିଦାମ୍ବରମ ନିଜ ଆଡ଼ୁ ସେପ୍ଟେମ୍ବର ୨ ଯାଏ ସିବିଆଇ ହେପାଜତରେ ରହିବାକୁ ଆବେଦନ କରିଥିଲେ।

ଆହୁରି ପଢ଼ନ୍ତୁ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

You might also like