ତିହାର୍ ଜେଲ୍ ଯିବାକୁ ଅମଙ୍ଗ ଚିଦାମ୍ୱରମ୍

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ସିବିଆଇ ରିମାଣ୍ଡରେ ଥିବା ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ୱରମ୍ ତିହାର ଜେଲ୍ ଯିବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି। ବୟସ ୭୪ ହୋଇଥିବାରୁ ତାଙ୍କୁ ଜେଲ୍ ପରିବର୍ତ୍ତେ ଗୃହବନ୍ଦୀ କରି ରଖାଯାଉ ବୋଲି ସୁପ୍ରିମକୋର୍ଟରେ ଆଜି ଶୁଣାଣି ବେଳେ ଚିଦାମ୍ୱରମ୍ କହିଛନ୍ତି।

ଅଗଷ୍ଟ ୨୧ରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଏହି ବରିଷ୍ଠ କଂଗ୍ରେସ ନେତା ୧୧ ଦିନ ହେଲା ସିବିଆଇ ରିମାଣ୍ଡରେ ଅଛନ୍ତି। ଆଜି ଆଉ ତିନି ଦିନି ରିମାଣ୍ଡରେ ନେବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଦୁର୍ନୀତି ମାମଲାରେ ଚିଦାମ୍ୱରମ୍ ଗିରଫ ହୋଇଥିବାରୁ ଅଗ୍ରୀମ ଜାମିନ ପରିବର୍ତ୍ତେ ନିୟମିତ ଜାମିନ ପାଇଁ ତଳ କୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଆର. ଭାନୁମତୀ ଏବଂ ଏସ. ବୋପାନ୍ନା ଚିଦାମ୍ୱରମଙ୍କ ମାମଲାର ଶୁଣାଣି କରୁଛନ୍ତି।

ଜେଲ୍ ଯିବା ପାଇଁ ଚିଦାମ୍ୱରମ୍ ଯେଉଁ ପକ୍ଷ ସୁପ୍ରିମକୋର୍ଟରେ ଏବେ ରଖୁଛନ୍ତି ସେହି ପକ୍ଷ ସିବିଆଇର ସ୍ୱତନ୍ତ୍ର ଅଦାଲତରେ କାହିଁକି ରଖୁନାହାନ୍ତି ବୋଲି ସୁପ୍ରିମକୋର୍ଟ ଚିଦାମ୍ୱରମଙ୍କୁ ଶୁଣାଣି ବେଳେ ପ୍ରଶ୍ନ କରିଛନ୍ତି। କାରଣ ସିବିଆଇ କୋର୍ଟ ହିଁ ସ୍ଥିର କରିବ ଚିଦାମ୍ୱରମ୍ କେଉଁ ଜେଲକୁ ଯିବେ।

ଦେଶର ଏହି ବରିଷ୍ଠ ନେତା ସିବିଆଇ ରିମାଣ୍ଡ ବେଳେ ସିବିଆଇର ଏକ ଗେଷ୍ଟ ହାଉସରେ ରହୁଛନ୍ତି ବୋଲି ଜଣାପଡ଼ିଛି।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୧ରେ ନାଟକୀୟ ଢଙ୍ଗରେ ପି. ଚିଦାମ୍ୱରମଙ୍କୁ ଗିରଫ କରିଥିଲା ସିବିଆଇ। ମନମୋହନ ସିଂହଙ୍କ ଦ୍ୱିତୀୟ ସରକାରରେ ଅର୍ଥମନ୍ତ୍ରୀ ଥିବା ବେଳେ ଚିଦାମ୍ୱମରମ୍ ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ୱରମଙ୍କ ମାଧ୍ୟମରେ ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜିନିବେଶ ପାଇଁ ବେଆଇନ ଭାବରେ ଅନୁମତି ଦେଇଥିଲେ। ଏଥିପାଇଁ ସେ ବ୍ୟକ୍ତିଗତ ଭାବରେ ଶହ ଶହ କୋଟି ଟଙ୍କାର ଲାଭବାନ ହୋଇଥିଲେ ବୋଲି ସିବିଆଇ ପ୍ରମାଣ ପାଇଛି। ଆଇଏନଏକ୍ସ ମିଡିଆର ପୂର୍ବତନ ମାଲିକ ଇନ୍ଦ୍ରାଣୀ ମୁଖାର୍ଜୀ ରାଜସାକ୍ଷୀ ଭାବରେ କୋର୍ଟରେ ବୟାନ ଦେବା ପରେ ଚିଦାମ୍ୱରମ୍ ମନ୍ତ୍ରୀ ଥିବା ବେଳେ ତାଙ୍କ ପଦର ଅପବ୍ୟବହାର କରିଥିଲେ ବୋଲି ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like