କେନ୍ଦ୍ରର ଆର୍ଥିକ ପ୍ୟାକେଜ୍‌: ଚିଦାମ୍ବରମ କହିଲେ ଶ୍ରମିକ ପାଇଁ କିଛି ନାହିଁ

ନୂଆଦିଲ୍ଲୀ: କେନ୍ଦ୍ରର ଆର୍ଥିକ ସହାୟତା ପ୍ୟାକେଜ୍‌କୁ ସମାଲୋଚନା କରିଛି ବିରୋଧୀ କଂଗ୍ରେସ। ଶ୍ରମିକଙ୍କ ପାଇଁ କିଛି ନାହିଁ ବୋଲି କହି ସମାଲୋଚନା କରିଛନ୍ତି କଂଗ୍ରେସ ନେତା ପି. ଚିଦାମ୍ବରମ। ସେ ହିଛନ୍ତି, ଗରିବ ଓ ପ୍ରବାସୀ ଶ୍ରମିକ ଯେଉଁମାନେ ଦେଶର ବଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ଓ ଚାଲି ଚାଲି ନିଜ ଘରେ ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କ ପାଇଁ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି।

ସେହିପରି ଗରିବଙ୍କ ହାତକୁ ଟଙ୍କା ଦେବା ଲାଗି ପ୍ୟାକେଜ୍‌ରେ କୌଣସି ବ୍ୟବସ୍ଥା ନଥିବା କହିଛନ୍ତି କଂଗ୍ରେସ ସରକାରକାରରେ ଅର୍ଥମନ୍ତ୍ରୀ ଥିବା ଚିଦାମ୍ବରମ୍।

ଏଥିସହିତ MSME ପାଇଁ ଘୋଷିତ ପ୍ୟାକେଜ୍ ବଡ଼ ବଡ଼ କଂପାନିମାନଙ୍କୁ ସୁହାଇବା ଭଳି ହୋଇଛି ବୋଲି ଅଭିଯୋଗ କରିଛନ୍ତି ଚିଦାମ୍ବରମ।

ନିର୍ମଳା ସୀତାରମଣ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିବା ପରେ ଏନେଇ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୁଇଟ୍ କରି ସେ କହିଛନ୍ତି, କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ବ୍ୟାବସାୟିକ କ୍ଷେତ୍ର ବିଶେଷ କରି MSMEଗୁଡ଼ିକ ସାମ୍ନା କରୁଥିବା ଚାଲେଞ୍ଜ ସମାଧାନ କରିପାରିବ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ବଜାରରେ ନଗଦ ଟଙ୍କାର ଅଭାବ ହେବ ନାହିଁ। ଏଥିସହିତ ଏହା ଉଦ୍ୟୋଗୀଙ୍କୁ ସଶକ୍ତ  କରିବା ସହ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବକୁ ଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେହିଭଳି ପ୍ୟାକେଜ୍ ଘୋଷଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର MSME ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଏହା ଏକ ଅଭିନନ୍ଦନୀୟ ପଦକ୍ଷେପ। ଏଭଳି ସାହସିକ ପଦକ୍ଷେପ ଆଗରୁ କେହି ନେଇ ନଥିଲେ ବୋଲି ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।

ଗତକାଲି ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ କଥା କହି ୨୦ ଲକ୍ଷ କୋଟି ଟଙ୍କାର ବଡ଼ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଥିଲେ। ଯାହା ଦେଶର ଜିଡିପିର ୧୦ ପ୍ରତିଶତ ବୋଲି ମୋଦି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ସୂଚନା ମୁତାବକ ଆଜି ଆତ୍ମନିର୍ଭର ଭାରତର ସ୍ପଷ୍ଟ ରୂପ ରେଖି ରଖିଥିଲେ। ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜ୍‌ରେ କେଉଁ ଦିଗରେ କେତେ ଖର୍ଚ୍ଚ ସେ ନେଇ ସମ୍ପୂର୍ଣ୍ଣ ବିବରଣୀ ରଖିଥିଲେ ନିର୍ମଳା। ଏଥିରେ MSME ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଘୋଷଣା କରିବା ସହିତ ଇପିଏଫ୍‌, ବିଦ୍ୟୁତ୍‌ ଓ ରିୟଲି ଇଷ୍ଟେଟ୍ କ୍ଷେତ୍ରରେ ବଡ଼ ଘୋଷଣା କରିଛନ୍ତି।

You might also like