ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହେଲେ ଚିଦାମ୍ବରମ୍

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ବର୍ତ୍ତମାନ ଇଡି ହେପାଜତରେ ଥିବା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଆଜି ଏମସରେ ଭର୍ତ୍ତି ହୋଇଥିଲେ। ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ଇଡି କର୍ତ୍ତୃପକ୍ଷ ଏଭଳି ବ୍ୟବସ୍ଥା କରିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯିବା ପରେ ତାଙ୍କୁ ଡିସଚାର୍ଜ କରିଦିଆଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଏହାପୂର୍ବରୁ ଆଜି ସକାଳେ ଚିଦାମ୍ବରମଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିଦାମ୍ବରମଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହାର କହିଥିଲେ। ଏଥିସହ ଦରକାର ପଡ଼ିଲେ ତାଙ୍କୁ ଏମସ ନେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ମାମଲାରେ ଜାମିନ ପାଇଥିବା ଚିଦାମ୍ବରମ ଏବେ ୩୦ ତାରିଖ ଯାଏ ଇଡି ହେପାଜତରେ ରହିଛନ୍ତି।
You might also like