ବ୍ରିଟେନ୍‌ରେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ବ୍ରିଟେନ୍‌ରେ ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଆଷ୍ଟ୍ରାଜେନିକାର କରୋନା ଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି।  ଫାଇଜର୍ ପରେ ଦ୍ୱିତୀୟ ଭାକ୍ସିନ ଭାବେ କୋଭିସିଲ୍ଡକୁ ବ୍ରିଟେନ୍‌  ଅନୁମତି ଦେଇଛି।  ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତା ବଢୁଥିବାବେଳେ ଅକ୍ସଫୋଡ୍ ଆଷ୍ଟ୍ରାଜେନିକାକୁ ବିଧିବଦ୍ଧ ଭାବେ ଅନୁମତି ଦେଇଛନ୍ତି ବ୍ରିଟେନ୍ ସରକାର। ଫାଇଜର୍ ଭଳି କୋଭିସିଲ୍ଡକୁ ଏଣିକି ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯିବ। ତେବେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଏହା ଦେବା ନେଇ ଯୋଜନା ପ୍ରସ୍ତୁତ ହୋଇଛି।  ସେପଟେ କୋଭିସିଲ୍ଡ ପ୍ରସ୍ତୁତକାରୀ ଭାରତୀୟ କମ୍ବାନି ସେରମ୍ ଏନେଇ ସମସ୍ତ ପ୍ରସ୍ତୁତି ସାରିଥିବା କହିଛି।

ୟୁକେକୁ ପ୍ରଥମ ପର୍ଯ୍ୟାୟରେ ୧ କୋଟି ଡୋଜ୍ ପହଞ୍ଚାଇବା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ସରିଥିବା କହିଛି କମ୍ପାନୀ। କୋଭିସିଲ୍ଡକୁ ୟୁକେରେ ପ୍ରଥମ ରାଷ୍ଟ୍ର ଭାବେ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି।

ସ୍ୱାସ୍ଥ୍ୟମନ୍ତ୍ରୀ ମେଟ ହ୍ୟାଂକାକ୍‌‌ଙ୍କ କହିବା ଅନୁଯାୟୀ, ଜାନୁୟାରୀ ୪ରୁ ଅକ୍ସଫୋର୍ଡ କରୋନା ଟିକା ଲୋକଙ୍କୁ ଦିଆଯିବା ଆରମ୍ଭ ହେବ। ବ୍ରିଟେନ୍‌ରେ ଅନୁମତି ମିଳିବା ପରେ ଭାରତରେ ମଧ୍ୟ ଖୁବ୍‌ ଶୀଘ୍ର ଅନୁମତି ମିଳିବାର ସମ୍ଭାବନା ରହିଛି। ନୂଆବର୍ଷର କିଛି ସପ୍ତାହ ପରେ କରୋନା ଭାକ୍ସିନ ଦିଆଯିବା କାମ ଆରମ୍ଭ ହେବ ବୋଲି ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ ହ୍ୟାଂକାକ୍‌ କହିଛନ୍ତି। ବ୍ରିଟେନ ଅକ୍ସଫୋର୍ଡକୁ ୧୦ କୋଟି ଭାକ୍ସିନ ପାଇଁ ଅର୍ଡର ଦେଇଛି। ଏହା ପରେ ଦେଶର ୫ କୋଟି ଲୋକଙ୍କୁ ବିନା ଦ୍ୱିଧାରେ କରୋନା ଟିକା ଦିଆଯାଇ ପାରିବ।

ଏଥିରୁ ସ୍ପଷ୍ଟ ହେଉଛି, ଅକ୍ଟଫୋର୍ଡ ଭାକ୍ସିନ ସୁରକ୍ଷିତ ଏବଂ ପ୍ରଭାବଶାଳୀ। ଏହି ଭାକ୍ସିନ ଶସ୍ତା ଏବଂ ସାଧାରଣ ଫ୍ରିଜ୍‌ରେ ବି ଏହାକୁ ରଖାଯାଇ ପାରିବ। ତେବେ ବ୍ରିଟେନର ସବୁ ଲୋକଙ୍କ ପାଖରେ ଏହି ଭାକ୍ସିନ ପହଞ୍ଚିବା ପାଇଁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିପାରେ। ତେବେ ଏହି ଭାକ୍ସିନ ବ୍ରିଟେନ୍‌ରେ ଦେଖା ଦେଇଥିବା ନୂଆ ଷ୍ଟ୍ରେନକୁ ନିୟନ୍ତ୍ରଣ କରିବାରରେ ସଫଳ ହେବ ବୋଲି ଆଶା ରହିଛି।

ଇତି ମଧ୍ୟରେ ଆଷ୍ଟ୍ରାଜେନେକାର ସିଇଓ ପାସ୍କଲ ସେରିୟଟ ଦାବି କରିଛନ୍ତି, ତାଙ୍କର ଭାକ୍ସିନ ନୂଆ ଷ୍ଟ୍ରେନ୍‌ ସହ ଲଢିବାର କ୍ଷମତା ରଖିଛି। ତାଙ୍କ କମ୍ପାନୀ ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟି ସହ ମିଶି ଏହି ଭାକ୍ସିନ ତିଆରି କରିଛନ୍ତି ।

ଏଠି କହିରଖିବୁ, ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ଭୟାବହ ରୂପ ନେଇଛି। ପରିସ୍ଥିତି ଏପରି ହୋଇଛି ଯେ, ଏଠାରେ ସବୁ ହସ୍‌ପିଟାଲ ଭର୍ତ୍ତି ହୋଇ ଗଲାଣି। ବିଭିନ୍ନ ସ୍ଥାନରେ ଟେଣ୍ଟ ପକାଇ ଲୋକଙ୍କୁ ଚିକିତ୍ସା କରାଯାଉଛି। କେବଳ ବ୍ରିଟେନ୍‌ରେ ନୁହେଁ, ଭାରତ, ଆମେରିକା ପରି ଅନେକ ଦେଶରେ ଏଇ

ବର୍ତ୍ତମାନ ସୁଦ୍ଧା ବ୍ରିଟେନ୍‌ରେ ୬ ଲକ୍ଷ ଲୋକଙ୍କୁ  ଫାଇଜର ଭାକ୍ସିନ ଦିଆଯାଇ ସାରିଛି।

 

You might also like