NEET-JEE Exam 2020: ଛାତ୍ରଛାତ୍ରୀଙ୍କୁ ଏମିତି ଏକ ସମୟ ପାଇଁ ପ୍ରସ୍ତୁତ ରହିବାକୁ କହିଲେ ଓୱେସି

ନୂଆଦିଲ୍ଲୀ: ନିଟ୍‌-ଜେଇଇ ପରୀକ୍ଷା (NEET Exam 2020)କୁ ନେଇ ଚାଲିଥିବା ବିବାଦ ଏବେ ରାଜନୈତିକ ରୂପ ନେଉଛି। ରାଜ୍ୟସଭା ସାଂସଦଙ୍କଠାରୁ ଆରମ୍ଭ କରି ବହୁ ବଡ ବଡ ରାଜନୈତିକ ହସ୍ତି NEET Exam ନ କରିବାକୁ ଦାବି କରିଛନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି AIMIMର ମୁଖ୍ୟ ଅସଦୁଦ୍ଦିନ ଓୱେସି । ଟ୍ୱିଟ କରି ସେ ଏହି ପରୀକ୍ଷାକୁ ବିରୋଧ କରିବା ସହ ଛାତ୍ରଛାତ୍ରୀଙ୍କୁ ଏକ ଖରାପ ସମୟ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଏଥିସହିତ ଉତ୍ତମ ବୁଝାମଣାର ବିକାଶ ହେବ ଏବଂ ଜେଇ ଓ ନିଟ୍‌ ଫରୀକ୍ଷା ବାତିଲ କରାଯିବ ବୋଲି ସେ କହିଛନ୍ତି।

ତେବେ ସରକାରଙ୍କ ପରୀକ୍ଷା ନିଷ୍ପତ୍ତିକୁ ସମାଲୋଚନା କରି ଓବେସୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ସରକାରଙ୍କ ପାଖରୁ ସହାନୁଭୂତି ଆଶା କଲେ ନିରାଶା ହିଁ ପାଇବ। ସୂଚନାଥାଉ କି, ନିଟ୍‌ ପରୀକ୍ଷା ବନ୍ଦ କରିବା ପାଇଁ ଏକ ମାମଲା ସୁପ୍ରିମ୍‌କୋଟରେ ଦାଏର ହୋଇଛି। ତେବେ ସୁପ୍ରିମ୍‌କୋର୍ଟ ପରୀକ୍ଷା ରଦ୍ଦ ଆଦେଶ ଦେବାକୁ ମନା କରିବା ପରେ ଏହାକୁ ନେଇ ବିବାଦ ତେଜିଛି।

ସୂଚନାଥାଉ କି, ଜେଇଇ ମେନ୍‌ ପରୀକ୍ଷା ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ହେବ। ସେହିପରି ମେଡିକାଲ ପରୀକ୍ଷା ନିଟ୍‌ ୧୩ ସେପ୍ଟେମ୍ବରରୁ ହେବ।  କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାଟି ମଧ୍ୟ ଏହି ପରୀକ୍ଷାକୁ ବିରୋଧ କରିଛନ୍ତି।

ଏହାକୁ ନେଇ ସୋଶାଲ ମିଡିଆରେ ମଧ୍ୟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଅନେକ ଛାତ୍ର ସୋଶାଲ ମିଡିଆରେ ସେମାନଙ୍କର ସମସ୍ୟା ବିଷୟରେ ଶେୟାର କରିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

You might also like