ହଠାତ୍‌ ଭୁଶୁଡ଼ି ପଡ଼ିଲା ବିରାଟକାୟ ପାଣି ଟାଙ୍କି

ଭୋପାଳ: ଚାହୁଁ ଚାହୁଁ ହଠାତ୍‌ ଭୁଶୁଡ଼ି ପଡ଼ିଲା ବିରାଟକାୟ ପାଣି ଟାଙ୍କି। ଆଉ ସ୍ଥାନୀୟ ଅଞ୍ଚଳରେ ପାଣିର ସୁଅ ଛୁଟିଲା। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରେ।

ସୂଚନା ଅନୁସାରେ, ବୁଧବାର ଦିନ ଅପରାହ୍ଣ ୩ଟାରେ ସାରେଙ୍ଗା ଥାନା ଅନ୍ତର୍ଗତ ଫତେଦଙ୍ଗା ଅଞ୍ଚଳରେ ଏହି ପାଣି ଟାଙ୍କିଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା।

ଅନ୍ୟପକ୍ଷରେ ଟ୍ୟାଙ୍କି ଭୁଶୁଡ଼ି ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଜଳ ଯୋଗାଣ ଠପ୍ ହୋଇଯାଇଛି। ତେବେ ନିମ୍ନାମାନର କାମ ଯୋଗୁ ପାଣି ଟ୍ୟାଙ୍କି ଭୁଶୁଡ଼ି ପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଦୁଇ ବର୍ଷ ପୂର୍ବେ ପାଣି ଟାଙ୍କିଟି ତିଆରି ହୋଇଥିବା ଜଣାପଡ଼ିଛି।

You might also like