ବିଜେପିକୁ ଭୋଟ୍ ଦେବାକୁ ୯ଶହ କଳାକାରଙ୍କ ଅପିଲ୍

ନୂଆଦିଲ୍ଲୀ :  ବିଜେପିକୁ ଭୋଟ୍ ଦେବାକୁ କଳାକାରଙ୍କ ଅପିଲ୍। ଜଣେ କି ଦୁଇଜଣ ନୁହେଁ, ଦେଶର ୯ ଶହ କଳାକାର ବିଜେପି ଏବଂ ଏହାର ସହଯୋଗୀ ଦଳଙ୍କୁ ଭୋଟ୍ ଦେଇ ଜିତାଇବାକୁ ନିବେଦନ କରିଛନ୍ତି।

ଦେଶକୁ ମଜବୁର ନୁହେଁ, ମଜଭୁତ ସରକାର ଦରକାର ବୋଲି କହିଛନ୍ତି ଦେଶର ପ୍ରତିଷ୍ଠିତ ପ୍ରାୟ ୯ ଶହ କଳାକାର। ଏମାନଙ୍କ ମଧ୍ୟରେ ଅଛନ୍ତି ପଣ୍ଡିତ ଯଶରାଜ, ଶଙ୍କର ମହାଦେବନ, ଅନୁରାଧା ପୋଡ଼ୱାଲ ପ୍ରମୁଖ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଦେଶ ସୁଶାସନ ଦେଖିଛି ଏବଂ ବିକାଶ ଆଡକୁ ଅଗ୍ରଗତି ହେଉଛି ବୋଲି ସେମାନେ କହିଛନ୍ତି। ତାସହ ଆତଙ୍କବାଦ ଭଳି ସମସ୍ୟା ଭାରତ ଆଗରେ ଥିବାବେଳେ ଦେଶକୁ ମଜବୁତ୍ ସରକାର ଦରକାର ବୋଲି କହି ବିଜେପିକୁ ଭୋଟ୍ ଦେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି।

You might also like