ପୁଣି ପ୍ରକୃତିର କୋପ: ନେଲା ୨୫ ଜୀବନ!

ପାଟନା: ବିହାରରେ ପୁଣି ଥରେ ଭୟଙ୍କର ବଜ୍ରପାତ ହୋଇଛି। ଗୁରୁବାର ବିଜୁଳି ମାରିବା କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୫ ଲୋକଙ୍କ ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି। ଏଥି ମଧ୍ୟରେ ବିହାରର ରାଜଧାନୀ ପାଟନାରୁ ସର୍ବାଧିକ ୯ଜଣ ଲୋକ ପ୍ରାଣ ହରାଇଥିବା ବେଳେ ସମସ୍ତିପୁରରୁ ୮ଜଣ, ପୂର୍ବ ଚମ୍ପାରଣରୁ ୪ଜଣ, କଟିହାରରୁ ୨ଜଣ ଏବଂ ଶିବହରରୁ ୨ଜଣଙ୍କ ମୃତ୍ୟୁ ହୋଇଛି।

ହେଲେ ସରକାରୀ ତଥ୍ୟ ଅନୁସାରେ ଏହି ବଜ୍ରପାତରେ ୧୪ଜଣଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ପାଟଣା ଜିଲ୍ଲାରେ ୫ଜଣ, ମୋତିହାରୀରେ ୪, ଶିବହରରେ ୨ ଓ ସମସ୍ତିପୁରରେ ୨ଜଣ ସାମିଲ୍‌ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପାଟଣାର ଦୁଲହୀନ ବଜାରରେ ୫ଜଣ ଲୋକ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ସେହିପରି ସୋରାମପୁରରେ ୨ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଦୁଲହୀନ ବଜାରସ୍ଥିତ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସମସ୍ତିପୁରରେ ୮ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଜୁନ୍ ୨୫ ତାରିଖରେ ବିହାରରେ ବଜ୍ରପାତ ଯୋଗୁ ୮୩ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା।

You might also like