୨୫୫୦ ବିଦେଶୀଙ୍କୁ ଭାରତ ମନା

ନୂଆଦିଲ୍ଲୀ: ୨୫୫୦ ବିଦେଶୀଙ୍କୁ ଭାରତ ଆସିବାକୁ ବାରଣ। ଦିଲ୍ଲୀ ତବଲିଗି ଜମାତ ଯୋଗୁଁ କରୋନା ବ୍ୟାପିବା ଘଟଣାରେ ୨୫୫୦ ବିଦେଶୀ ନାଗରିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଭାରତ ସରକାର। ସମ୍ପୃକ୍ତ ବିଦେଶୀଙ୍କୁ ୧୦ ବର୍ଷ ପାଇଁ ଭାରତ ଆସିବାକୁ ବାରଣ କରାଯାଇଛି। ଏମାନେ ଭିସା ନିୟମକୁ ଉଲ୍ଲଘଂନ କରି ଭାରତରେ ରହିଥିଲେ। ଏପରିକି ଲକ୍‌ଡାଉନ୍ ସମୟରେ କଟକଣା ଭାଙ୍ଗିଥିଲେ। କରୋନା ବ୍ୟାପିବା ଘଟଣା ଓ ନିୟମ ଉଲ୍ଲଘଂନ ଘଟଣାରେ ୨୫୫୦ ବିଦେଶୀଙ୍କୁ ଗୃହ ମନ୍ତ୍ରାଳୟ କଳା ତାଲିକାଭୁକ୍ତ କରିଛି। 

ଗତ ମାର୍ଚ୍ଚ ମାସରେ ଦିଲ୍ଲୀର ନିଜାମୁଦ୍ଦିନ ଠାରେ ତବଲିଗି ଜମାତ ପକ୍ଷରୁ ଏକ ବିରାଟ ଧର୍ମ ସମ୍ମଳନୀ ଆୟୋଜନ କରାଯାଇଥିଲା। ଏଥିରେ ପାଖାପାଖି ଦେଶ ବିଦେଶର  ପ୍ରାୟ ୫ହଜାର ଯୋଗ ଦେଇଥିଲେ। ଏଠାରେ ଅନେକ ସଦସ୍ୟଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ଏହାକୁ କରୋନା ହଟସ୍ପଟ ଭାବେ ନାମିତ କରାଯାଇଥିଲା।

ଏମାନେ ଭିସା ନିୟମ ଉଲ୍ଲଘଂନ କରିଥିବା ଜଣାପଡିବା ପରେ ଏପିଡେମିକ ଡିଜିଜ୍ ଆକ୍ଟ ଅନୁସାରେ ମାମଲାରେ ରୁଜୁ କରାଯାଇଥିଲା। ଭିସା ନିୟମ ଉଲ୍ଲଘଂନ ମାମଲାରେ ତବିଲିଗି ଜମାତର ଭଲ୍ୟୁଣ୍ଟର ସମେତ ବହୁ ବିଦେଶୀଙ୍କୁ ବୁକ୍ କରାଯାଇଥିଲା।

You might also like