ବୋହୂକୁ ପିଟିଲେ ଅବସରପ୍ରାପ୍ତ ବିଚାରପତି, ସାମ୍ନାକୁ ଆସିଲା ଭିଡିଓ

ହାଇଦ୍ରାବାଦ: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ଏହି ଢଗର ଅର୍ଥ ସମସ୍ତେ ଜାଣିଥିବେ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠି ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଉଛି। ଖାଲି ଏତିକି ନୁହେଁ କେତେବେଳେ ତାଙ୍କୁ ଟାଣିଟାଣି ତ କେତେବେଳେ ଧକ୍କା ଦେଇ ମାଡ଼ ମାରିବାକୁ ପଛାଉ ନାହାନ୍ତି ଏହି ବଡ଼ ଘରର ଲୋକେ। ହେଲେ ଏବେ ଯଦି ଆପଣମାନେ ଏମାନଙ୍କର ପରିଚୟ ଜାଣିବେ ଆପଣଙ୍କର ହୋସ୍ ଉଡ଼ିଯିବ।

ମହିଳାଙ୍କୁ ଏପରି ବ୍ୟବହାର କରୁଛନ୍ତି ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଶାଶୂ। ତାଙ୍କ ଶ୍ୱଶୁର ଜଣେ  ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି। ତାଙ୍କ ନାଁ ଜଷ୍ଟିସ୍ ଏନ୍ ରାମମୋହନ ରାଓ। ସେ ମାଦ୍ରାସ ଓ ହାଇଦ୍ରାବାଦ୍ ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ ତୁଲାଇଥିଲେ।

ଯୌତୁକ ପାଇଁ ପୁରା ପରିବାର ମିଶି ତାଙ୍କୁ ଏଭଳି ନିର୍ଯାତନା ଦିଆଯାଉଥିବା ବୋହୂ ସିନ୍ଧୁ ଶର୍ମା ଅଭିଯୋଗ କରିଛନ୍ତି। ଏନେଇ ସେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି।

୨୦୧୨ରେ ଜଷ୍ଟିସ୍ ରାମମୋହନ ରାଓଙ୍କ ପୁଅ ବଶିଷ୍ଟଙ୍କ ସହ ସିନ୍ଧୁଙ୍କ ବିବାହ ହୋଇଥିଲା। ବିବାହର କିଛି ବର୍ଷ ପରେ ହିଁ ତାଙ୍କ ସହ ଏପରି ଅକଥନୀୟ ଅତ୍ୟାଚାର ହେଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ତେବେ ଏହି ସିସିଟିଭି ଭିଡିଓ ଗତ ଏପ୍ରିଲ ମାସର। ଯାହା ଏବେ ଏହା ସାମ୍ନାକୁ ଆସିବା ପରେ ଲୋକେ ଏହାର ତୀବ୍ର ପ୍ରତ୍ରିକ୍ରିୟା ରଖିଛନ୍ତି।

ଆହୁରି ପଢ଼ନ୍ତୁ

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

You might also like