ବିଶ୍ୱ ପାଇଁ ଆତଙ୍କ ଲାଡେନର ଏଇ ବନ୍ଧୁ, ଭାରତରେ ବି ମେଲାଉଛି କାୟା
ନୂଆଦିଲ୍ଲୀ:କୁଖ୍ୟାତ ଆତଙ୍କୀ ଓସାମା ବିନ ଲାଡେନ ନିହତ ହେବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ହେଲେ ଏବେ ଲାଡେନର ବନ୍ଧୁ ବିଶ୍ୱ ପାଇଁ ଆଉ ଏକ ବିପଦ ହୋଇ ଉଭା ହୋଇଛି। ଲାଡେନର ଏଇ ବନ୍ଧୁର ନାମ ବିଲାଲ ଫିଲିପ୍ସ (Bilal philips)। ବିଲାଲ ନିଜର କଠୋରପନ୍ଥୀ ଚିନ୍ତାଧାରାରେ ହଜାର ହଜାର ଲୋକଙ୍କୁ ପ୍ରଭାବିତ କରୁଛନ୍ତି ଏବଂ ସେମାନଙ୍କୁ ଆତଙ୍କୀ ସଂଗଠନରେ ଭର୍ତ୍ତି କରାଉଛନ୍ତି।
ତେବେ କିଏ ଏହି ବିଲାଲ ଫିଲିପ୍ସ ? କେଉଁଠି ରହୁଛି ? ଆସନ୍ତୁ ସେ ବିଷୟରେ ଜାଣିବା।
ଡା.ବିଲାଲ ଫିଲିପ୍ସ କାନାଡାର ବାସିନ୍ଦା । ବ୍ରିଟେଟ, ଅଷ୍ଟ୍ରେଲିଆ, ଡେନମାର୍କ, କେନିଆ, ଜର୍ମାନୀରେ ତାହାର ଆତଯାତ ରହିଛି। ହେଲେ ବାଂଲାଦେଶ ତାକୁ ନିଜ ଦେଶରୁ ବାହାର କରି ଦେଇଛି। ଆତଙ୍କବାଦ ପାଇଁ ଲୋକଙ୍କୁ ଉସ୍କାଇବା ଏବଂ ଆତଙ୍କୀ ସଗଂଠନରେ ସାମିଲ କରାଇବା ଅଭିଯୋଗରେ ତାଙ୍କୁ ଗିରଫ ହୋଇ ଫିଲିପିନ୍ସର ଏକ ଜେଲ୍ରେ ରହିଛି। ଏବେ ସେ ଜେଲରୁ ମୁକୁଳିବ। ତେଣୁ ବିଲାଲକୁ ନେଇ ବିଶ୍ୱ ଆତଙ୍କିତ ହୋଇ ପଡ଼ିଲାଣି। ଯଦି ତାର କାର୍ଯ୍ୟକଳାପରେ ଲଗାମ ଲଗା ନ ଯାଏ ତେବେ ସେ ଭାରତ ପାଇଁ ଏକ ବଡ ବିପଦର କାରଣ ହେବ ।
ଡା. ବିଲାଲ ପାଖରେ ଅପର୍ଯ୍ୟାପ୍ତ ଧନ ରହିଛି। ଏହି ଧନ ବଳରେ ସେ ପୃଥିବୀର ଅନେକ ସ୍ଥାନରେ ଧର୍ମୀୟ ପ୍ରଚାର ପାଇଁ ସେଣ୍ଟରମାନ ଖୋଲିଛି। ଏବେ ଇସ୍ଲାମିକ ଅନଲାଇନ୍ ୟୁନିଭର୍ସିଟି ଚଲାଉଛି। ମିଳିଥିବା ତଥ୍ୟ ଅନୁସାରେ ସେ ଭାରତରେ ମଧ୍ୟ ଅନେକ ଲୋକଙ୍କୁ ତା’ର କଠୋର ପନ୍ଥୀ ଚିନ୍ତାରେ ପ୍ରଭାବିତ କରି ଆତଙ୍କୀ ସଂଗଠନରେ ସାମିଲ ହେବା ପାଇଁ ପ୍ରୋତ୍ସାହିତ କରୁଛି।