• translate
Prangyan Parimita

ନୂଆଦିଲ୍ଲୀ : ଉତ୍ତର ପୂର୍ବ ଭାରତର ଦୁଇ ରାଜ୍ୟରେ ଆତଙ୍କ ରଚୁଛି କରୋନାର ଡେଲଟା ଭାରିଏଣ୍ଟ୍ । ମଣିପୁର ଓ ମିଜୋରାମରେ ପ୍ରଥମ ଥର ପାଇଁ ଡେଲଟା ଭାରିଏଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହାଇଦ୍ରାବାଦରେ ପରୀକ୍ଷା ହୋଇଥିବା ମଣିପୁରର ୨୦ ଟି ମାମଲା ମଧ୍ୟରୁ ୧୮ ଟି ଡେଲଟା ଭାରିଆଣ୍ଟ ବୋଲି ଜଣାପଡିଛି। ସେହିପରି ମିଜୋରାମର ଆଇଜଲ ଜିଲ୍ଲାରେ କରୋନାର ଡେଲଟା ଭାରିଏଣ୍ଟରେ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ଲୋକମାନଙ୍କର ନମୁନା ପରୀକ୍ଷା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋମେଟିକାଲ୍ ଜେନୋମିକ୍ସକୁ ପଠାଯାଇଥିଲା । କୋଭିଡର ଏହି ଷ୍ଟ୍ରେନ୍ ବହୁତ ସଂକ୍ରାମକ ଅଟେ ।

ଉଭୟ ରାଜ୍ୟର କର୍କଟ ଏବଂ ଗୁରୁତର ରୋଗରେ ପୀଡିତ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୁରୁତର ସଂକ୍ରମିତ ମ୍ୟୁକରମାଇକୋସିସରେ ପୀଡିତ ହେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡବ୍ଲୁଏଚଓର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ ଶୁକ୍ରବାର ଦିନ କହିଛନ୍ତି, ଡେଲଟା ଭାରିଏଣ୍ଟ ବିଶ୍ୱ ପାଇଁ ଅତ୍ୟଧିକ ଚିନ୍ତାର କାରଣ ଅଟେ । ବିଶ୍ୱର ୭୦ରୁ ଅଧିକ ଦେଶରେ ଡେଲଟା ଭାରିଏଣ୍ଟରେ ସଂକ୍ରମଣ ଚିହ୍ନଟ ହୋଇଛି । ଦ୍ରୁତ ବିସ୍ତାର ହେତୁ ଡେଲଟା ଭାରିଏଣ୍ଟରେ ବିଶ୍ୱବ୍ୟାପୀ ଅଧିକ ସଂକ୍ରାମକ ହେବାକୁ ଯାଉଛି ବୋଲି ଜେନେଭାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସୌମ୍ୟା ସ୍ୱାମୀନାଥନ ।

ସେପେଟେ କିଛି ଦିନ ପୂର୍ବରୁ ଡେଲଟା ଭାରିଏଣ୍ଟକୁ ନେଇ ଚେତାବନୀ ଦେଇଥିଲେ କେନ୍ଦ୍ର ସରକାର । ନୀତି ଆୟୋଗ ସଦସ୍ୟ ଡକ୍ଟର ଭିକେ ପଲ୍ କହିଥିଲେ, କରୋନାର ନୂଆ ଭାରିଏଣ୍ଟ ୨୦୨୦ ତୁଳନାରେ ଅଧିକ ଚାଲାକ ହୋଇଯାଇଛି । ଦ୍ୱିତୀୟ ଲହରୀ ପଛରେ ଡେଲଟା ଭାରିଏଣ୍ଟ୍ ରହିଛି । ଏହି ଭାରିଏଣ୍ଟ୍ ଅନେକ ଘର ଉଜାଡ଼ି ଦେଇଛି, ଅନେକ ପରିବାର ଛାରଖାର ହୋଇଯାଇଛି । ଡେଲଟା ଭାରିଏଣ୍ଟର ଅତିରିକ୍ତ ମ୍ୟୁଟେସନ୍ ମଧ୍ୟ ଦେଖିବାକୁ ମିଳିଛି । ଏହି ଷ୍ଟ୍ରେନର ଚିହ୍ନଟ ପାଇଁ ଗ୍ଲୋବାଲ ଡାଟା ସିଷ୍ଟମକୁ ଦାୟିତ୍ୱ ଦିଆଯାଇଛି । ମାର୍ଚ୍ଚରେ ୟୁରୋପରେ ଏହି ଭାରିଏଣ୍ଟ୍ ଦେଖାଯାଇଥିଲା ଓ ୧୩ ଜୁନରେ ଏହାକୁ ସର୍ବସାଧାରଣରେ ପ୍ରକାଶ କରାଯାଇଥିଲା । ଏବେ କରୋନର ନୂଆ ଭାରିଏଣ୍ଟ୍ ପାଇଁ ପାଇଁ ଅଧିକ ସତର୍କ ରହିବାକୁ ପଡ଼ିବ । ସାମାଜିକ ଦୂରତ୍ୱକୁ ଅଧିକ ଗୁରୁତ୍ୱ ଦେବା ସହ ମାସ୍କ ପିନ୍ଧିବାକୁ ପଡ଼ିବ ।

ଭାଇରସର ଭୟାବହତା କମ୍ ହୋଇଥିଲେ ସୁଦ୍ଧା ସଚେତନ ହେବା ନିହାତି ଜରୁରୀ । ନିୟମ ମାନିବା ସହ ବେପରୁଆ ନହେବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତ କେନ୍ଦ୍ର ସରକାର । ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ବ୍ରେକ୍ ଲାଗିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । ଏହାରି ଭିତରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ରାଜ୍ୟମାନଙ୍କୁ ଚିଠି ଲେଖି କୋଭିଡ ସମ୍ବନ୍ଧୀୟ ରଣନୀତିର କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ସଂକ୍ରମଣ ହ୍ରାସ ପାଇଥିଲେ ସୁଦ୍ଧା ଟେଷ୍ଟ-ଟ୍ରାକ୍-ଟ୍ରିଟ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାପାଇଁ ରାଜ୍ୟ ଗୁଡ଼ିକୁ ଚିଠି ଲେଖିଛି କେନ୍ଦ୍ର ।

Other Stories

  •  bjp leaders came back to Odisha
    Odisha BJP ଗୁଜରାଟ ମଡେଲକୁ ଓଡ଼ିଶାରେ ଆପଣେଇବ ବିଜେପି

    ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ସୁରଟ ଗସ୍ତ କରିଥିବା ୯ ଜଣିଆ ଟିମ ଭୁବନେଶ୍ୱର ଫେରିଛି।ଗୁଜରାଟ ବିଜେପିର କାର୍ଯ୍ୟପନ୍ଥା, ନୀତି ବିଷୟରେ ଜାଣିବା ପାଇଁ ଏହି ଟିମ୍‌ ସୁରଟ ଯାଇଥିଲେ। 

  • KOTIA
    Koraput କୋଟିଆର ସବୁ ଗାଁରେ ପଞ୍ଚାୟତ ନିର୍ବାଚନ କରିବେ ଓଡ଼ିଶା ସରକାର !

    ଆନ୍ଧ୍ର ପରେ କୋଟିଆରେ ଓଡ଼ିଶା କରିବ ନିର୍ବାଚନ । ଗତ ଏପ୍ରିଲ ୮ରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ କୋଟିଆରେ ପ୍ରବେଶ କରି ନିର୍ବାଚନ କରାଇଥିଲେ । ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ପଞ୍ଚାୟତ ନିର୍ବାଚନ...

  • Pipili byelection
    Odisha କାହାକୁ ମିଳିବ ପିପିଲିବାସୀଙ୍କ ଆଶୀର୍ବାଦ?

    ବିଜେଡି, ବିଜେପି ଓ କଂଗ୍ରେସ୍ ନିଜ ନିଜର ୨୦ ଜଣିଆ ଷ୍ଟାର କ୍ୟାମ୍ପେନର୍ ତାଲିକା ପ୍ରକାଶ କରିସାରିଛନ୍ତି। ସବୁ ଦଳର ଷ୍ଟାର କ୍ୟାଂପେନର୍ ଓ ହେଭିେଓ୍ୱଟ୍ ନେତାମାନେ ପ୍ରଚାର ମୈଦାନକୁ ଖୁବ୍ ଶୀଘ୍ର ଓହ୍ଲାଇବେ କିନ୍ତୁ ପ୍ରଚାରରେ...

  • Subash Singh
    Cuttack Durga Puja ଭର୍ତ୍ତୃହରିଙ୍କ ମନ୍ତବ୍ୟକୁ ସୁବାସ ସିଂହଙ୍କ ସମାଲୋଚନା

    କଟକରେ ମା’ ଦୁର୍ଗାଙ୍କ ମୂର୍ତ୍ତୀ ଉଚ୍ଚତାକୁ ନେଇ ବଢ଼ିବାରେ ଲାଗିଛି ବିବାଦ । ଏହି ପ୍ରସଙ୍ଗରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ସୁବାସ ସିଂହ ସମାଲୋଚନା କରିଛନ୍ତି । ପ୍ରଥମେ ଦେବାଶିଷ ସାମନ୍ତରାୟ ଭର୍ତ୍ତୃହରି ମହତାବଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଥିବା...