ନାସାର ମଙ୍ଗଳ ମିଶନରେ ଭାରତୀୟ ବୈଜ୍ଞାନିକଙ୍କ ଭୂମିକା : ସ୍ୱାତୀ ମୋହନଙ୍କ ପରେ ଚର୍ଚ୍ଚାରେ ବବ୍ ବଳରାମ

ନାସାର ମଙ୍ଗଳ ମିଶନରେ ଆଉ ଜଣେ ଭାରତୀୟ 

ମଙ୍ଗଳ ଗ୍ରହକୁ ଗୋଟିଏ ହେଲିକପ୍ଟର ମଧ୍ୟ ଛାଡିଛି ନାସା

ହେଲିକପ୍ଟରକୁ ତିଆରି କରିଛନ୍ତି ନାସାରେ କାର୍ଯ୍ୟରତ ବବ୍ ବଳରାମ

ନୂଆଦିଲ୍ଲୀ: ନାସାର ମଙ୍ଗଳ ମିଶନ୍ ପଛରେ ଭାରତୀୟ ବୈଜ୍ଞାନିକଙ୍କ ପ୍ରମୁଖ ଭୂମିକା ସ୍ୱାତୀ ମୋହନଙ୍କ ପରେ ଏବେ ଆଉ ଜଣେ ଭାରତୀୟଙ୍କ ନାଁକୁ ନେଇ ଏବେ ଚର୍ଚ୍ଚା। ସେ ହେଲେ ବବ୍ ବଳରାମ। ପର୍ସେଭରାନ୍ସ ରୋଭର୍ ସହ ମଙ୍ଗଳ ଗ୍ରହକୁ ଗୋଟିଏ ହେଲିକପ୍ଟର ମଧ୍ୟ ଛାଡିଛି ନାସା, ଆଉ ଏହି ହେଲିକପ୍ଟରକୁ ତିଆରି କରିଛନ୍ତି ନାସାରେ କାର୍ଯ୍ୟରତ ବବ୍ ବଳରାମ।

ପର୍ସେଭରାନ୍ସ ରୋଭର୍ ସହ ମଙ୍ଗଳ ଗ୍ରହକୁ ଏକ ହେଲିକପ୍ଟର ବି ଛାଡ଼ିଛି ନାସା ନାଁ ରହିଛି ଇନଜିନୁଇଟି ମାର୍ସ ହେଲିକପ୍ଟର। ପ୍ରାୟ ୨ କିଲୋଗ୍ରାମ ଓଜନର ଏହି ହେଲିକପ୍ଟର ସଫଳତାର ସହ ଉଡ଼ିଲେ, ଏହା ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହରେ ପ୍ରଥମ ହେଲିକପ୍ଟର ଉଡ଼ାଣ ହେବ। ତେବେ ସବୁଠାରୁ ଗର୍ବର ବିଷୟ ହଲା, ଏହା ପଛରେ ରହିଛି ଜଣେ ଭାରତୀୟଙ୍କ ହାତ। ବବ୍ ବଳରାମ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଜେଟ୍ ପ୍ରପଲସନ୍ ଲାବୋରେଟୋରୀରେ ଚିଫ୍ ଇଞ୍ଜିନିୟର୍ ଭାବେ କାର୍ଯ୍ୟରତ ଅଛନ୍ତି। ସେ ଜେଟ୍ ପ୍ରପଲସନ୍ ଲାବୋରେଟୋରୀରେ ସେ ଦୀର୍ଘ ୨୦ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି।

ରୋବୋଟିକ୍ସ ଟେକ୍ନୋଲୋଜିରେ ତାଙ୍କର ମୋଟ ୩୫ ବର୍ଷର ଅଭିଜ୍ଞତା ରହିଛି। ଆଇଆଇଟିର ପୂର୍ବତନ ଛାତ୍ର ହେଉଛନ୍ତି ବବ୍ ବଳରାମ। ୧୯୭୫ରୁ ୮୦ ପର୍ଯ୍ୟନ୍ତ ଆଇଆଇଟି ମାଡ୍ରାସରେ ମେକାନିକାଲ ଇଂଜିନିଅରିଂରେ ବିଟେକ୍ କରିଥିଲେ। ୧୯୮୨ରୁ ୮୫ ପର୍ଯ୍ୟନ୍ତ କମ୍ପ୍ୟୁଟର ଆଣ୍ଡ ସିଷ୍ଟମ୍ସ ଇଞ୍ଜିନିଅରିଂରେ ପିଏଚଡି କରିଛନ୍ତି ବଳରାମ। ଏହି ମାର୍ସ ହେଲିକପ୍ଟର ପାଇଁ ୨୦୧୩ ମସିହାରୁ ଦୀର୍ଘ ୭ ବର୍ଷ ୭ ମାସ ଧରି କାଲିଫର୍ଣ୍ଣିଆର ଜେପିଏଲରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବା ପରେ ଶେଷରେ ମିଳିଛି ସଫଳତା।

ମାର୍ସ ହେଲିକପ୍ଟର ଇନଜିନୁଇଟି ୩ରୁ ୫ ମିଟର ଉଚ୍ଚତାରେ ୯୦ ସେକେଣ୍ଡ୍ ଲେଖାଏଁ ୫ ଥର ଉଡ଼ିବ। ଏହା ମଙ୍ଗଳ ବାୟୁମଣ୍ଡଳର ବିଭିନ୍ନ ବୈଶିଷ୍ଟ୍ୟ ଓ ଉପାଦାନ ସଂପର୍କରେ ପରୀକ୍ଷା ନିରୀକ୍ଷା ଚଳାଇବ, ଯାହାକି ଭବିଷ୍ୟତରେ ମଙ୍ଗଳକୁ ମାନବ ଅଭିଯାନ ପାଇଁ ସହାୟକ ହେବ।

 

 

You might also like