ମୃତ୍ୟୁ ପରେ ବି ଅମର ୟସ୍‌; ୫ ଜଣଙ୍କୁ ଜୀବନ ଦେଇ ଚାଲିଗଲେ

ଅହମ୍ମଦାବାଦ: ମୃତ୍ୟୁର କରାଳ ଗର୍ଭରେ ହଜିଯାଏ ଜୀବନର ସତ୍ତା। ମୃତ୍ୟୁ ପାଖରେ ଛୋଟ, ବଡ, ଧନୀ, ଗରିବ କିମ୍ବା ଜାତି ଅଜାତିର ବାଛବିଚାର ନ ଥାଏ। ହେଲେ ହୃଦୟର ମହାନତା ପାଖରେ ହାରିଯାଏ ମୃତ୍ୟୁ। ଯେମିତି ୟସଙ୍କ ପାଖରେ ହାରି ଯାଇଛି ମୃତ୍ୟୁ । ଖେଳରେ ବିଭୋର ହୋଇପଡ଼ିଥିବାବେଳେ ୟସ୍‌କୁ ସିନା ଝାମ୍ପି ନେଲା ମୃତ୍ୟୁ, ହେଲେ ଗୋଟିଏ ୟସ୍ ୫ ଜଣଙ୍କ ପାଖରେ ଯେମିତି ପୁନର୍ଜନ୍ମ ନେଇଛି। କାଡଭେରିକ ଅପରେସନପରେ ୧୨ ବର୍ଷୀୟ ୟସ୍‌ ୫ ଜଣ ରୋଗୀ ଉପକୃତ ହୋଇଛନ୍ତି।

ଗୁଜରାଟର ଅହମ୍ମଦାବାଦର ୟସ୍‌  ଭରତଭାଇ ମଙ୍ଗୁକିଆ ।୧୨ ବର୍ଷର ନାବାଳିକା। ୪ ମହଲା ଛାତ ଉପରେ ଖେଳୁ ଖେଳୁ ଖସି ପଡ଼ିଲା ତଳକୁ। ତୁରନ୍ତ ଡାକ୍ତରଖାନା ନେଲେ ପରିବାର ଲୋକେ। ହେଲେ ଡାକ୍ତର ତାଙ୍କୁ ବ୍ରେନ ଡେଡ୍‌ ଘୋଷଣା କଲେ। ଝିଅର ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ।  ଝିଅକୁ ଏତେ ଶିଘ୍ର ହରାଇବାକୁ ଚାହୁଁ ନ ଥିଲେ। ତେଣୁ ସେମାନେ ନିଷ୍ପତି ନେଲେ ଅଙ୍ଗଦାନ କରିବା ପାଇଁ।

ୟସ୍‌ର କୀଡ୍‌ନି, ଯକୃତ, ଆଖି ଦାନ କରିବା ପାଇଁ ପରିବାର ଲୋକେ ନିଷ୍ପତି ନେଲେ।  ଡାକ୍ତରଙ୍କ ପରାମର୍ଶ ପରେ ଅଙ୍ଗଦାନ ପାଇଁ ପ୍ରସ୍ତୁତି କରାଗଲା। ଏଥିପାଇଁ ପ୍ରଶାସନର ସହାୟତାରେ ସୁରଟଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ୨୬୦ କିଲୋମିଟର ରାସ୍ତାକୁ ଗ୍ରୀନ କରିଡର କରାଯାଇଥିଲା। ୨ ଘଣ୍ଟା ୫୫ ମିନିଟ ଯାତ୍ରା ପରେ ଅହମ୍ମଦାବାଦର ଏକ ମେଡିକାଲେର ଯାଇ ପହଞ୍ଚିଥିଲା ଅଙ୍ଗ। ସଫଳତାର ସହ ଅନ୍ୟ ରୋଗୀଙ୍କ ଠାରେ ଏହି ଅଙ୍ଗ ପ୍ରତିରୋପଣ କରାଯାଇଥିଲା।

You might also like