ମିଶନ ଚନ୍ଦ୍ରଯାନ ୨ ବିଫଳ ନୁହେଁ! ସାମ୍ନାକୁ ଆସିପାରିବ ଚନ୍ଦ୍ରପୃଷ୍ଠର ଅନେକ ତଥ୍ୟ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣର ଶେଷ ମୁହୁର୍ତ୍ତରେ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମରୁ କୌଣସି ପ୍ରକାର ସିଗନାଲ୍ ମିଳୁ ନ ଥିଲେ ମଧ୍ୟ ଅର୍ବିଟର ତା’ର କାର୍ଯ୍ୟ ଜାରି ରଖିଛି।

ଚନ୍ଦ୍ରଯାନ-୨ ଅର୍ବିଟର ଏବେବି ଚନ୍ଦ୍ରକୁ ସଫଳତାର ସହ ପରିକ୍ରମା କରୁଛି। ଏହି ମିଶନ ୧ ବର୍ଷ ଧରି ଚାଲିବ। ଏହି ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠର ଅନେକ ତଥ୍ୟ ପଠାଇବ ଅର୍ବିଟର୍‌। ଏହି ଅର୍ବିଟର ଲ୍ୟାଣ୍ଡର ବିକ୍ରମର ମଧ୍ୟ ଫଟୋ ପଠାଇ ପାରିବ ବୋଲି ଜଣାପଡ଼ିଛି। ଏହାପରେ ବିକ୍ରମର ସ୍ଥିତି ନେଇ ସଠିକ୍‌ ତଥ୍ୟ ମିଳିପାରିବ।

ବିକ୍ରମ ଏବଂ ପ୍ରଜ୍ଞାନରୁ ସୂଚନା ମିଳିପାରୁ ନ ଥିବାବେଳେ ଅର୍ବିଟର ତା’ର କାର୍ଯ୍ୟ ଜାରି ରଖିବ।

ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରତା ଯାଏ ଲ୍ୟାଣ୍ଡର ବିକ୍ରମ ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା। ତା’ ପରେ ଲ୍ୟାଣ୍ଡର ବିକ୍ରମ ପାଖରୁ ଇସ୍ରୋ କଣ୍ଟ୍ରୋଲ ରୁମ୍‌କୁ କୌଣସି ସୂଚନା ମିଳିନଥିଲା।

ଚନ୍ଦ୍ରଯାନ-୨ ଅଭିଯାନ ପାଇଁ ୯୭୮ କୋଟି ଖର୍ଚ୍ଚ ହୋଇଥିବା ବେଳେ ୯୫ ପ୍ରତିଶତ ଅର୍ବିଟର ଲାଗି ଖର୍ଚ୍ଚ ହୋଇଛି। ମାତ୍ର ୫ ପ୍ରତିଶତ ଲ୍ୟାଣ୍ଡର ଏବଂ ରୋଭର ଲାଗି ଖର୍ଚ୍ଚ ହୋଇଛି। ସେଥିପାଇଁ ଏହି ମିଶନ୍‌ରେ ଅର୍ବିଟର ଚନ୍ଦ୍ରପୃଷ୍ଠର ଗବେଷଣା କ୍ଷେତ୍ରରେ ଅନେକ ସହାୟକ ହେବ।

 

ଆହୁରି ପଢ଼ନ୍ତୁ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

You might also like