ଅନ୍ଧାରରେ ମୁମ୍ବାଇ ସହର!

ମୁମ୍ବାଇ: ଟାଟା ବିଦ୍ୟୁତ ଯୋଗାଣ ସଂସ୍ଥା ଦ୍ୱାରା ବିଦ୍ୟୁତ ସରବରାହରେ ବାଧା ଉପୁଜିବାରୁ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଅନ୍ଧାରରେ ରହିଛନ୍ତି ମୁମ୍ବାଇ ବାସିନ୍ଦା।  ଥାନେ, ପୁଣେ ସମେତ ଅନେକ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି। ଏମିତିକି  ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲରେ ଅନେକ ଲୋକାଲ ଟ୍ରେନ ଅଟକି ରହିଛି। ଆଜି  ଦିନ ୧୦ଟାରୁ ସମସ୍ତ ଷ୍ଟେସନରେ ଟ୍ରେନ ଗୁଡ଼ିକ ଅଟକି ରହିଥିବାବେଳେ ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

କୋଲାଭା-ପାଢେ ପାୱାର ହାଉସରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ମହାରାଷ୍ଟ୍ର ବିଦ୍ୟୁତ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।  ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ଲାଗି ଯନ୍ତ୍ରୀ ମାନେ ଲାଗିଛନ୍ତି। ଖୁବ୍‌ ଶୀଘ୍ର ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇଯିବ ବୋଲି ମହାରାଷ୍ଟ୍ର ଶକ୍ତି ମନ୍ତ୍ରୀ ନିତିନ ରାଉତ୍ କହିଛନ୍ତି। ସେପଟେ ସମସ୍ତ ମେଡିକାଲର ଆଇସିୟୁ ଗୁଡ଼ିକରେ ଅଧିକ ପରିମାଣର ଡିଜେଲ ରଖିବା ଲାଗି ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ବିଶେଷ କରି କୋଭିଡ଼ କେୟାର ସେଣ୍ଟରରେ ୨୪ ଘଣ୍ଟା ବିଦ୍ୟୁତ ସରବରାହ ଲାଗି ପଦକ୍ଷେପ ନେବାକୁ କୁହାଯାଇଛି।  ଅନ୍ୟପଟେ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ହେଲପ ଲାଇନ ନମ୍ବର ଜାରି କରିଛି।  ଅନେକ ଲୋକାଲ ଟ୍ରେନକୁ ବାତିଲ କରିଛି ସେଣ୍ଟ୍ରାଲ ରେଳ ବିଭାଗ।

ଆହୁରି ପଢ଼ନ୍ତୁ

ଶେଷ ଡିବେଟ୍‌ରେ ଭାରତର ବାୟୁପ୍ରଦୂଷଣ ଆମେରିକା ଠାରୁ ଖରାପ ବୋଲି କହିଲେ ଟ୍ରମ୍ପ

ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୨୦ ଆଫଗାନୀ ଯବାନ ସହିଦ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

You might also like