ବିକାଶ ଦୁବେ ଏନ୍‌କାଉଣ୍ଟର୍‌କୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଲକ୍ଷ୍ନୌ: ବିକାଶ ଦୁବେକୁ ଏନ୍‌କାଉଣ୍ଟର କରିବା ଉପରେ ଏବେ ନାନା ପ୍ରଶ୍ନ ଉଠିଛି। ଯଦି ବିକାଶ ଆତ୍ମସମର୍ପଣ କରିଥିଲେ, ତା ହେଲେ ସେ ଫେରାର ହେବାକୁ କାହିଁକି ଚାହିଁଲେ ବୋଲି ପ୍ରଶ୍ନ ଉଠିଛି।

କଂଗ୍ରେସ ପ୍ରଶ୍ନ କରିଛି ଯେ, ବିକାଶ ବସିଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ବି ତାଙ୍କର କିଛି ହେଲାନି କିପରି? ଦୁର୍ଘଟଣା ପରେ ବିକାଶ ଦୌଡ଼ିବାକୁ ସକ୍ଷମ ହେଲା କିପରି ? କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି କହିଛନ୍ତି ଯେ, ଏନକାଉଣ୍ଟରରେ ଅପରାଧୀର ମୃତ୍ୟୁ ହୋଇଛି, ସତ ଯିଏ ଅପରାଧୀକୁ ପୃଷ୍ଠପୋଷକତା କରୁଥିଲା, ତାଙ୍କର କଣ ହେଲା ?

ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ମଧ୍ୟ ଏ ପ୍ରସଂଗରେ ପ୍ରଶ୍ନ କରିଛନ୍ତି। କିଏ ବିକାଶକୁ ଉଜ୍ଜୟିନୀରେ ସାହାଯ୍ୟ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି ଦିଗବିଜୟ।

ସେପଟେ ଘଟଣାକୁ ନେଇ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ ୟୁପି ପୋଲିସକୁ ତୀବ୍ର ସମାଲୋଚନା କରିଛନ୍ତି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ, କାର୍ ଓଲଟିଲା ନାହିଁ ବରଂ ଗୁପ୍ତ ରହସ୍ୟ ଖୋଲି ସରକାର ଓଲଟିବାରୁ ବଞ୍ଚିଗଲା। ସୁପ୍ରିମକୋର୍ଟ ଅନୁଧ୍ୟାନରେ ଏହି ଏନକାଉଣ୍ଟରର ତଦନ୍ତ ପାଇଁ ଦାବି କରିଛନ୍ତି ବିଏସ୍‌ପି ନେତ୍ରୀ ମାୟାବତୀ। ତେବେ ବିକାଶକୁ ଯେ ୟୁପି ପୋଲିସ ଏନକାଉଣ୍ଟର ନ କରିଦେଉ ସେନେଇ ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ ମଧ୍ୟ ହୋଇଥିଲା।

ଆହୁରି ପଢ଼ନ୍ତୁ

You might also like