ଅନଲାଇନ୍ ନ୍ୟୁଜ ପୋର୍ଟାଲ ପାଇଁ ଆସିଲା ସ୍ୱତନ୍ତ୍ର ନିୟମ

ଭୁବନେଶ୍ୱର: ଅନଲାଇନ୍ ନ୍ୟୁଜ ପୋର୍ଟାଲ ଓ OTT ପ୍ଲାଟଫର୍ମ ପାଇଁ ଆସିବ ସ୍ୱତନ୍ତ୍ର ନିୟମ। ଏଗୁଡିକୁ ନିୟନ୍ତ୍ରଣ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ  ଅଧୀନରେ ଗଠନ କରାଯାଇଛି ସ୍ୱତନ୍ତ୍ର ନିୟାମକ ସଂସ୍ଥ॥ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହାକୁ ଅନୁମୋଦନ କରିଛନ୍ତି। ଏହାପୂର୍ବରୁ ଡିଜିଟାଲ ପ୍ଲାଟଫର୍ମ ଉପରେ ନିୟନ୍ତ୍ରଣ ପାଇଁ କୌଣସି ସରକାରୀ ସଂସ୍ଥା ନଥିଲା । ଖବରକାଗଜ ଉପରେ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆ ନଜର ରଖୁଥିବା ବେଳେ ନ୍ୟୁଜ ଚ୍ୟାନେଲ ଉପରେ ନ୍ୟୁଜ ବ୍ରଡକାଷ୍ଟର୍ସ ଆସୋସିଏସନ୍ ନଜର ରଖୁଥିଲା ।

ବିଜ୍ଞାପନ ଉପରେ ଆଡଭେର୍ଟାଇଜ୍ ଷ୍ଟାଣ୍ଡାର୍ଡ କାଉନସିଲ ଅଫ୍ ଇଣ୍ଡିଆ ଓ ଫିଲ୍ମ ଉପରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନର ନିୟନ୍ତ୍ରଣ ଅଛି । କିନ୍ତୁ ଅନ୍ଲାଇନ୍ ନ୍ୟୁଜ ପୋର୍ଟାଲ ଓ ଓଟିଟି ପ୍ଲାଟଫର୍ମ ପାଇଁ ଏ ପର୍ଯ୍ୟନ୍ତ  କିଛି ବ୍ୟବସ୍ଥା ନ ଥିଲା। ଏସବୁର ନିୟନ୍ତ୍ରଣ ପାଇଁ ଏକ ସ୍ୱୟଂଶାସିତ ସଂସ୍ଥା ଗଠନ ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ମାମଲାର ଶୁଣାଣି କରି ଏ ସମ୍ପର୍କରେ କେନ୍ଦ୍ର ସରକାର ମତାମତ ଲୋଡିଥିଲେ। 

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like