ବିରାଟ କୋହଲି ଓ ତମନ୍ନାଙ୍କ ବିରୋଧରେ ଆସିଲା ଏମିତି ଅଭିଯୋଗ

ଚେନ୍ନାଇ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବିରୋଧରେ ଅନ୍‌ଲାଇନ୍‌ ଜୁଆ ଖେଳକୁ ପ୍ରୋତ୍ସାହିତ କରୁଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ମାଦ୍ରାସ ହାଇକୋର୍ଟରେ ଏକ ପିଟିସନ୍‌ ଦାଖଲ ହୋଇଛି।

ଆଇନଜୀବୀ ତଥା ସାମାଜିକ କର୍ମୀ ଏ ପି ସୂର୍ଯ୍ୟପ୍ରକାଶମ୍‌ ଏହି ପିଟିସନ୍‌ ଦାଖଲ କରିଛନ୍ତି। କୋହଲି ଓ ତମନ୍ନାଙ୍କ ଭଳି ବଡ଼ ବଡ଼ ସେଲେବ୍ରିଟିମାନଙ୍କ ମାଧ୍ୟମରେ କମ୍ପାନୀ ଗୁଡ଼ିକ ଜୁଆ ଖେଳ ଚଳାଇଛନ୍ତି ଏବଂ ସେମାନେ ମଧ୍ୟ ଏଭଳି ୱେବ୍‌ସାଇଟ୍‌ ଓ ଆପ୍‌ ଗୁଡ଼ିକର ପ୍ରମୋସନ୍‌ କରୁଛନ୍ତି। ଯାହା ଏକ ଅପରାଧ। ତେଣୁ ଏଭଳି ୱେବ୍‌ସାଇଟ୍‌ ଓ ଆପ୍‌ ଗୁଡ଼ିକୁ ସମର୍ଥନ କରିବା ଅଭିଯୋଗରେ ଏମାନଙ୍କ ବିରୋଧରେ ମକଦ୍ଦମା ଦାଏର କରିବା ସହ ଗିରଫ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ଏହାସହ ସମସ୍ତ ଅନ୍‌ଲାଇନ୍‌ ଜୁଆ ଖେଳ ୱେବ୍‌ସାଇଟ୍‌ ଓ ଆପ୍‌ ଗୁଡ଼ିକୁ ବ୍ୟାନ୍‌ କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ହଜାର ହଜାର ଯୁବକଯୁବତୀଙ୍କ ଜୀବନକୁ ନଷ୍ଟ ହେଉଥିବା ସେ କହିଛନ୍ତି।

ଆସନ୍ତାକାଲି କୋର୍ଟରେ ଏହି ମାମଲାର ଶୁଣାଣି ହେବ।

ଅନ୍‌ଲାଇନ୍‌ ଜୁଆ ଖେଳରେ ବୋନସ୍‌ ପାଇବା ଲୋଭରେ ଯୁବକଯୁବତୀମାନେ ସେମାନଙ୍କର ଟଙ୍କା ଲଗାଉଛନ୍ତି। ଆଉ ଯଦି ସେମାନେ ଏଥିରେ ହାରି ଯାଉଛନ୍ତି ଅର୍ଥାତ୍ କ୍ଷତି ହେଉଛି, ତା’ହେଲେ ସେମାନେ ଟଙ୍କା ଲୋନ୍‌ କରିବା ସହ ଅନେକ ଅପରାଧିକ ମାମଲାରେ ନିଜକୁ ନିୟୋଜିତ କରୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ

କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଏହି ଗୋଲ୍ଡ ମେଡାଲିଷ୍ଟ ପାଇଲଟ

ଏୟାର ଇଣ୍ଡିଆ ଫ୍ଲାଇଟ୍ କ୍ରାସ ଲ୍ୟାଣ୍ଡିଂ; ଦୁଇ ପାଇଲଟଙ୍କ ସମେତ ୧୫ ମୃତ

ବିଶ୍ୱ ପାଇଁ ସତର୍କ ଘଣ୍ଟି; ଚୀନ୍‌ରେ ମାତୁଛି ଆଉ ଏକ ଭୟଙ୍କର ଭୂତାଣୁ, ଗଲାଣି ୭ ଜୀବନ ୬୦ ଆକ୍ରାନ୍ତ

ଲୁଟେରୀ ଦୁଲହନ! ଫସେଇକି ଲୁଟିନେଲା କୋଟି କୋଟି ଟଙ୍କା

ଲକଡାଉନ୍‌ରେ ନିଆରା କାମ କରି ପ୍ରେରଣା ସାଜିଲେ ରାଜ୍ୟପାଳ

ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

ଇଡିରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ

ସାବଧାନ! ଏହି ୬ଟି କାର୍ଯ୍ୟ କଲେ ହୋଇଯିବେ କାଙ୍ଗାଳ

ଚାଷୀଙ୍କ ପାଇଁ ଖୁସି ଖବର, ପ୍ରଥମଥର ପାଇଁ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍‌

ଭୂସ୍ଖଳନରେ ଚାଲିଗଲା ୫ ଜୀବନ

ଟ୍ରାକ୍ଟର ସାହାଯ୍ୟରେ ବାହାରିଲା ଗାଈ ଦୁଗ୍ଧ, ଭିଡିଓ ଶେୟାର କଲେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌

ଏବେ ‘ହ୍ୱାଟ୍ ଟୁ ଥିଙ୍କ୍’ ନୁହେଁ, ‘ହାଓ ଟୁ ଥିଙ୍କ୍’ ଉପରେ ଫୋକସ୍

You might also like