୬ ହଜାର ଟଙ୍କା ଶସ୍ତା ହେଲା OnePlusର ଏହି ସ୍ମାର୍ଟଫୋନ

ନୂଆଦିଲ୍ଲୀ: ନିକଟରେ OnePlus ଏହାର ଲାଟେଷ୍ଟ OnePlus 8 ସିରିଜ ଭାରତୀୟ ମାର୍କେଟରେ ଲଞ୍ଚ କରିଛି। OnePlus 8 ଓ OnePlus 8 Pro ହେଉଛି, ଯଥାକ୍ରମେ OnePlus 7T ଓ OnePlus 7T Proର higher ଭର୍ସନ।

OnePlus ଭାରତରେ ଏହାର ନୂଆ ସ୍ମାର୍ଟ ଫୋନ ଲଞ୍ଚ କରିବା ସହ OnePlus 7T Proର ଦାମ କମ କରିଛି। ପୂର୍ବରୁ ଏହି ଫୋନର ଦାମ ୫୩,୯୯୯ ଟଙ୍କା ଥିଲା। ଏବେ ଏହା ୪୭,୯୯୯ ଟଙ୍କା ହୋଇଛି। ଅର୍ଥାତ ଫୋନ ଦାମ ୬ ହଜାର ଟଙ୍କା ଶସ୍ତା ହୋଇଛି। ନୂଆ ଦାମ ନେଇ ଏହାର ଅଫିସିଆଲ ୱେବସାଇଟରେ ଉପଲ୍ଲବ୍ଧ ହୋଇଛି। ଗତ ବର୍ଷ ୫୩,୯୯୯ ଟଙ୍କା ଦାମ ସହ OnePlus 7T Pro ଲଞ୍ଚ ହୋଇଥିଲା।

ହେଲେ ଫୋନର ଦାମ କମିବା ପରେ ନୂଆ ଦାମ ନେଇ ଏହାର ସେଲସ ପାର୍ଟନରରେ ବର୍ତ୍ତମାନ ପ୍ରଡକ୍ଟ ଉପଲ୍ଲବ୍ଧ ନ ଥିବା ଦେଖିବାକୁ ମିଳିଛି। ସେହିପରି ଆମାଜନରେ ମଧ୍ୟ ଏହାର ନୂଆ ଦାମକୁ ନେଇ କିଛି ଅପଡେଟ ହୋଇନାହିଁ। କାରଣ ଲକଡାଉନ ଯୋଗୁ ଆମାଜନ ଏବେ କେବଳ ଆବଶ୍ୟକୀୟ ସାମଗ୍ରୀ ଅର୍ଡର କରୁଛି। କିନ୍ତୁ ପରେ ଫୋନର ନୂଆ ଦାମ ନେଇ ଅପଡେଟ ହେବ ବୋଲି ଜଣାପଡ଼ିଛି।

OnePlus 7T Proର ଫିଚର୍ସ…

  • OnePlus 7T Pro ସ୍ମାର୍ଟଫୋନରେ ୬.୬୭ ଇଞ୍ଚ curved ଡିସପ୍ଲେ ସହ QHD+ resolution ରହିଛି।
  • OnePlus 7T Proରେ Snapdragon 855+ SoC ଓ 8GB RAM ଉପଲ୍ଲବ୍ଧ ।
  • ଫୋନ ବ୍ୟାକରେ ଟ୍ରିପଲ କ୍ୟାମେରା ସହ  ୪୮ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା, ୧୬ ମେଗାପିକ୍ସେଲ ultra-wide-angle କ୍ୟାମେରା ଓ ୮ ମେଗାପିକ୍ସେଲ telephoto camera ରହିଛି।
  • ଏହି ଫୋନରେ ୧୬ ମେଗାପିକ୍ସେଲ selfie shooter ମଧ୍ୟ ରହିଛି ।

ଆହୁରି ପଢ଼ନ୍ତୁ

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ପତ୍ନୀଙ୍କୁ ନିର୍ଦ୍ଦୟ ଭାବେ ପିଟିଲେ ପୋଲିସ ଡିଜି, ଭିଡିଓ ଭାଇରାଲ

EPFO Recruitment 2020: ଖାଲି ପଡ଼ିଥିବା ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ବଡ ଧରଣର ବିସ୍ଫୋରଣରୁ ଯବାନଙ୍କ ଜୀବନ ବଞ୍ଚାଇଲା ‘ସୋଫିଆ’

ଆକାଶରେ ଉଡୁଥିବାବେଳେ ହଠାତ୍‌ ବିମାନର ଇଞ୍ଜିନ୍‌ ବନ୍ଦ ହୋଇଗଲା; ରତନ ଟାଟା ବଞ୍ଚାଇଲେ ସମସ୍ତଙ୍କ ଜୀବନ

କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

You might also like