ଆମାଜନ୍‌ର ନୂଆବର୍ଷ ଅଫର: ଏସବୁ ମୋବାଇଲ୍‌ ଉପରେ ଦେଉଛି ୧୦ ହଜାର ଟଙ୍କାର ଡିସ୍‌କାଉଣ୍ଟ

ନୂଆଦିଲ୍ଲୀ: ନୂଆବର୍ଷରେ ସ୍ମାର୍ଟଫୋନ କିଣିବାର ଯୋଜନା କରିଛନ୍ତି କି ? ଆପଣଙ୍କ ପାଇଁ ଖାସ୍ ଅଫର ନେଇ ଆସିଛି ଅନ ଲାଇନ ସପିଂ ୱେବସାଇଟ୍‌ ଆମାଜନ୍‌। ଆମାଜନର ୱାନପ୍ଲସ ନ୍ୟୁ ଇୟର ସେଲ ଚାଲିଛି। ଏହି ସେଲ୍‌ରେ ୱାନ୍‌ ପ୍ଲସ-୭ ସିରିଜ ଏବଂ ୱାନ ପ୍ଲସ ୭ଟି ସିରିଜ୍‌ର ସ୍ମାଟଫୋନ ଉପରେ ୧୦ ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ରହିଛି। ଏହାବ୍ୟତୀତ ଯଦି ଆପଣଙ୍କର HDFC ବ୍ୟାଙ୍କର କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ରହିଛି ତେବେ  ଅଧିକ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ରହିଛି। ଡିସ୍‌କାଉଣ୍ଟ ପରେ ବି ଗ୍ରାହକଙ୍କୁ ପାଇଁ EMI ସୁବିଧା ଦିଆଯିବ। ତେବେ ଆସନ୍ତୁ ଜାଣିବା, କେଉଁ ଫୋନ ଉପରେ କେତେ ରିହାତି ରହିଛି ।

One Plus 7 Pro

ଏହି ସ୍ମାର୍ଟ ଫୋନ ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ରହିଛି। ଏହି ସ୍ମାର୍ଟଫୋନରେ ୮ ଜିବି ରାମ ରହିଛି । ଫୋନର ଦାମ୍‌ ରହିଛି ୫୨,୯୯୯ଟଙ୍କା। ହେଲେ ଅଫରରେ ଏହି ଫୋନକୁ ୪୨,୯୯୯ ଟଙ୍କାରେ ଆପଣ କିଣି ପାରିବେ। ତେବେ ୬ ଜିବି ରାମ ଥିବା ସ୍ମାର୍ଟଫୋନ୍‌ର ବିକ୍ରି ଦାମ ରହିଛି ୩୯,୯୯୯ ଟଙ୍କା। HDFC କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡଧାରୀଙ୍କ ପାଇଁ ୨୦୦୦ ଟଙ୍କାର ସ୍ୱତନ୍ତ୍ର ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ସୁବିଧା ଦିଆଯାଇଛି। ଫୋନରେ ଟ୍ରିପଲ୍‌ କ୍ୟାମେରା ସେଟଅପ୍‌, ପପ୍‌ ଅପ୍ ସେଲ୍‌ଫି କ୍ୟାମେରା, କର୍ଭଡ୍‌ ଡିସ୍‌ପ୍ଲେ (Curved display) ଏବଂ 4000mAHର ବ୍ୟାଟେରୀ ରହିଛି।

One Plus 7T

ଏହି ସ୍ମାର୍ଟ ଫୋନରେ ରହିଛି ୧୨୮ ଜିବି ଯାହାର ଦାମ୍‌ ରହିଛି ୩୭,୯୯୯ ଟଙ୍କା। ସେଲ ପ୍ରାଇସ୍‌ ରହିଛି ୩୪,୯୯୯। ସେହିପରି ୱନପ୍ଲସ ୭ଟି ୨୫୬ ଜିବି ଫୋନ ଆପଣ ୩୭,୯୯୯ ଟଙ୍କାରେ କିଣି ପାରିବେ ଯାହାର ପ୍ରକୃତ ମୂଲ୍ୟ ରହିଛି ୩୯,୯୯୯ ଟଙ୍କା। ଏହାବ୍ୟତୀତ HDFC କ୍ରେଡିଟ୍‌ ଓ ଡେବିଟ୍‌କାର୍ଡ ଥିବା ଗ୍ରାହକ ୧୫୦୦ ଟଙ୍କା ଅଧିକ ରିହାତି ପାଇ ପାରିବେ। ଫୋନ୍‌ରେ ୪୮+୧୨+୧୬MPର ଟ୍ରିପଲ୍‌ କ୍ୟାମରା ସେଟ୍‌ ଅପ୍‌, ୧୬ ମେଗାପିକ୍ସଲର ସେଲ୍‌ଫି କ୍ୟାମେରା, ୬.୫୫ ଇଞ୍ଚର ଡିସ୍‌ପ୍ଲେ ଏବଂ ୩୮୦୦mAH ର ବ୍ୟାଟେରୀ ରହିଛି।

One Plus 7T Pro

ଏହି ଫୋନରେ ରହିଛି୮ ଜିବି ରାମ୍‌ ଯାହାର ଦାମ୍‌ ରହିଛି ୫୩,୯୯୯ ଟଙ୍କା। ଆପଣ ଚାହିଁଲେ ଏହି ଫୋନ୍‌କୁ ମାସିକ ୨,୭୯୨ ଟଙ୍କା ଇଏମ୍‌ଆଇରେ ମଧ୍ୟ କିଣି ପାରିବେ। ଏହା ୱାନ୍‌ପ୍ଲସ 7Proର ଅପ୍‌ଗ୍ରେଡ୍‌ ଭର୍ସନ ଅଟେ। ଏଥିରେ ମଧ୍ୟ ୪୮+୮+୧୬MP ର ଟ୍ରିପଲ୍‌ କ୍ୟାମେରା ଲାଗିଛି। ୬.୬୭ ଇଞ୍ଚର ଡିସ୍‌ପ୍ଲେ, ୨୫୬ ଜିବିର ଷ୍ଟୋରେଜ ଏବଂ 4085mAHର ବ୍ୟାଟେର ମିଳୁଛି।

OnePlus 7T Pro McLaren Edition

ଏହା ୱାନ୍‌ପ୍ଲସରର ସବୁଠାରୁ ପାୱାରଫୁଲ ଏବଂ ଦାମୀ ଡିବାଇସ୍‌ ଅଟେ। ଏହି ଫୋନର ୧୨ ଜିବି ମଡେଲର ଦାମ୍‌୫୮,୯୯୯ଟଙ୍କା ରହିଛି। HDFC କ୍ରେଡିଟ ଏବଂ ଡେବିଟ୍‌ କାର୍ଡ ଧାରୀଙ୍କ ପାଇଁ ୩୦୦୦ ଟଙ୍କାର ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ ମିଳିବ।

You might also like