କାଲି ନିପାତ ହୋଇଥିଲେ ୮, ଆଜି ଆଉ ଜଣକୁ ଏନ୍‌କାଉଣ୍ଟର କଲା ସେନା

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ସୋପିଆନ୍ ଜିଲ୍ଲାରେ ସିଆର୍‌ପିଏଫ୍‌ ଓ କାଶ୍ମୀର ପୁଲିସ୍‌ର ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଜି ଭୋରରୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଆତଙ୍କବାଦୀକୁ ଏନ୍‌କାଉଣ୍ଟର କରିଛି ସେନା।  ଅନ୍ୟ ୩ ଜଣ ଆତଙ୍କବାଦୀଙ୍କୁ କାବୁ କରିଛନ୍ତି ସୁରକ୍ଷାକର୍ମୀ। ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଏନେଇ ସେନା ପକ୍ଷରୁ ଏକ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଯେଉଁଥିରେ ଲେଖାଯାଇଛି “ ସୋପିଆନ୍‌ ଜିଲ୍ଲାରେ ଅପରେସନ ଲାକିରପୁରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ତା ପାଖରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ମିଳିତ ଅପରେସନ ଜାରି ରହିଛି।”

ଶୁକ୍ରବାର ବି ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଥିଲା ସେନା।  ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ୮ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଜାମ୍ମୁକାଶ୍ମୀର ପୁଲିସ୍ ଡିଜି ଦିଲ୍‌ବାଗ ସିଂହ କହିଛନ୍ତି। ଏଥିରେ ୩ ଜଣ ପୁଲ୍‌ୱାମା ଜିଲ୍ଲାର ଅୱନ୍ତିପୁରାରେ ନିହତ ହୋଇଥିଲେ ଆଉ ୫ ଜଣ ସୋପିଆନ୍‌ରେ ନିହତ ହୋଇଥିଲେ ବୋଲି ସୂଚନା ଦେଇଥିଲେ ଡିଜିପି। ଏମାନେ ସମସ୍ତେ ଜୈଶ-ଇ ମୁହମ୍ମନଦର ଆତଙ୍କବାଦୀ ଥିଲେ ବୋଲି ସୂଚନା ମିଳିଥିଲା।

 

You might also like