ପୁଲୱାମାରେ ପୁଣି ଏନକାଉଣ୍ଟର

ଶ୍ରୀନଗର: ୨୪ଘଣ୍ଟା ନ ପୂରୁଣୁ ଜମ୍ମୁ ଓ କଶ୍ମୀରର ପୁଲୱାମାରେ ପୁଣି ଏକ ଏନ୍‌କାଉଣ୍ଟର ହୋଇଛି। ଦକ୍ଷିଣ କଶ୍ମୀରର ପୁଲୱାମା ଅଞ୍ଚଳରେ ଆତଙ୍କବାଦୀ ମାନେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା।

ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖି ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀ ଏହାର ଜବାବ ଦେଇଥିଲେ।  ପାଲଟା ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

ମୃତ ଆତଙ୍କବାଦୀର ପରିଚୟ ମିଳିପାରିନାହିଁ। ଖବର ଲେଖାଯିବା ସୁଦ୍ଧା ଅପରେସନ୍‌ ଜାରି ରହିଛି।

ଗତକାଲି ପୁଲୱାମାର ବାନ୍ଦିପୋରା ଅଞ୍ଚଳରେ ଏନ୍‌କାଉଣ୍ଟରରେ ଜଣେ ଲସ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଥିଲା।

 

You might also like