ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ; ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶୋପିଆନ୍‌ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୩ଜଣ ଆହତ ମଧ୍ୟ ହୋଇଛନ୍ତି। ଆଜି ସକାଳେ ଏହି ଘଟଣା ଘଟିଛି।

ସେନା, ସ୍ଥାନୀୟ ପୁଲିସ୍‌ ଏବଂ ସିଆର୍‌ପିଏଫ୍‌ଙ୍କ ମିଳିତ ଉଦ୍ୟମରେ ଶ୍ରୀନଗରର ୬୦ କି.ମି. ଦୂର ନଦିଗାମ୍‌ରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଆତଙ୍କବାଦୀ ଲୁଚିଥିବା ଖବର ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିଲା।

ସୂଚନାଥାଉ କି, ଦୁଇ ଦିନ ପୂର୍ବରୁ ଆତଙ୍କବାଦୀ ସଂଗଠନ ଅଲ୍-ବଦର୍‌ର ୨ଜଣ ଆତଙ୍କବାଦୀ ଏନ୍‌କାଉଣ୍ଟରରେ ନିହତ ହୋଇଥିଲେ। ସେହିଦିନ ପୁଲୱାମାରେ ସିଆର୍‌ପିଏଫ୍‌ କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଥିଲେ।

You might also like