ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ଯବାନ ସହିଦ

ନୂଆଦିଲ୍ଲୀ: ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି।  ଗତକାଲି ବିଳମ୍ବିତ ରାତିରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ମେଣ୍ଡର ସେରରେ ପାକିସ୍ତାନ ପକ୍ଷରୁ ଗୁଳିମାଡ ହୋଇଥିଲା । ଭାରତର ଅାଗୁଅା ଘାଟିକୁ ଟାର୍ଗେଟ କରି ବାରମ୍ବାର ଏହି ଆକ୍ରମଣ ହୋଇଥିଲା ।

ଗୁଳିମାଡ଼ରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଏହାପରେ ଭାରତୀୟ ସେନା କଡା ଜବାବ ଦେଇଥିଲା। ଚଳିତବର୍ଷ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ହେଉଛି। ୨ହଜାରୁ ଅଧିକ ଥର ପାକିସ୍ତାନ ପକ୍ଷରୁ ଆକ୍ରମଣ ହୋଇଥିବା ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି । ଏଥିରେ ୨୧ଜଣ ଭାରତୀୟଙ୍କ ମତ୍ୟୁ ଘଟିଛି।

 

You might also like