ବ୍ୟକ୍ତିଗତ ସହାୟକ କରୋନା ଆକ୍ରାନ୍ତ, ପୁଣି କୋଭିଡ ଟେଷ୍ଟ କରିବେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ୨ୟ ଥର ପାଇଁ କରୋନା ଟେଷ୍ଟ କରିବେ। କାରଣ ତାଙ୍କର ବ୍ୟକ୍ତିଗତ କାମ ପାଇଁ ନିୟୋଜିତ ଜଣେ ସହାୟକର କରୋନା ପଜିଟିଭ ରିପୋର୍ଟ ଆସିଛି। । ସହାୟକଙ୍କୁ କରୋନା ହୋଇଥିବାରୁ ଟ୍ରମ୍ପଙ୍କ କୋଭିଡ ଟେଷ୍ଟ ହେବ ବୋଲି ଜଣାପଡ଼ିଛି। ଏଥିସହିତ ଉପରାଷ୍ଟ୍ରପତିଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ।

ଏହା ପୂର୍ବରୁ ମଧ୍ୟ ଥରେ ଟ୍ରମ୍ପଙ୍କ କରୋନା ଟେଷ୍ଟ ହୋଇଥିଲା। କିନ୍ତୁ ସେତେବେଳେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା।

ସୂଚନାଥାଉ କି, କରୋନା ଆକ୍ରାନ୍ତ ହୋଇଥିବା ଏହି ସହାୟକ ଜଣକ ଟ୍ରମ୍ପଙ୍କର ଅତି ଘନିଷ୍ଠ ଥିଲେ। ଏପରିକି  ତାଙ୍କ ପରିବାର ଲୋକଙ୍କର ଅତି ଘନିଷ୍ଠ ଭାବେ କାର୍ଯ୍ୟ କରୁଥିଲେ।

ହ୍ୱାଇଟ ହାଉସ ପକ୍ଷରୁ  କୁହାଯାଇଛି, ଆମେରିକା ନୌସେନାର ଜଣେ ସଦସ୍ୟ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସହାୟକ ଭାବେ ହ୍ୱାଇଟ ହାଉସରେ କାମ କରୁଥିଲେ। ସେ ରାଷ୍ଟ୍ରପତି ଓ ତାଙ୍କ ପରିବାର ଲୋକଙ୍କର ଅତ୍ୟନ୍ତ ଘନିଷ୍ଠ ରହିଥିଲେ। ଏବେ ଏହି ସହାୟକ ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ମିଳିଛି। ଉଭୟଙ୍କ ରିପୋର୍ଟ ନେଗେଟିଭ ଆସିବ ବୋଲି ଆମର ବିଶ୍ୱାସ ରହିଛି ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି।।

You might also like