‘ହୁଏତ ମୋ ମୃତ୍ୟୁ ପରେ ସରକାର ଶୁଣିବେ…’ଏମିତି ଭାବି ଝୁଲି ପଡ଼ିଲେ ଧାରଣାରତ ଚାଷୀ

ଗାଜିଆବାଦ: ଆଉ କେତେଦିନ ଥଣ୍ଡାରେ ବସିବୁ ? ସରକାର ତ ଶୁଣୁ ନାହାନ୍ତି। ତେଣୁ ଜୀବନ ହାରିବା ପାଇଁ ନିଷ୍ପତି ନେଇଛି। ହୁଏତ ଏହା ପରେ ସରକାର ତରଳିବେ। ସମସ୍ୟାର ସମାଧାନ କରିବେ…ଏମିତି କୋହଭରା ଚିଠି ଲେଖି ଝୁଲ ପଡ଼ିଛନ୍ତି ଦିଲ୍ଲୀ ସୀମାରେ ଧାରଣାରେ ବସିଥିବା ଜଣେ ଚାଷୀ।

କେନ୍ଦ୍ର କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଚାଲିଛି। ଏତେ ଥଣ୍ଡାରେ ବି ଚାଷୀମାନେ ଏହି ଆଇନ ପ୍ରତ୍ୟାହାର କରିବା ପାଇଁ ଦାବିରେ ରାଜରାସ୍ତାରେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି। ଏହା ଭିତରେ ଦିଲ୍ଲୀ ସୀମାରେ ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି।  ଗାଜିଆବାଦର ୟୁପି ଗେଟ୍ ନିକଟରେ ଜଣେ ଚାଷୀ ଶୌଚାଳୟ ଭିତରେ ଶନିବାର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଚାଷୀଙ୍କ ନାଁ କାଶ୍ମୀର ସିଂ ଏବଂ ତାଙ୍କର ବୟସ ୭୫ ବର୍ଷ। ମୃତ୍ୟୁ ପୂର୍ବରୁ ସେ ତାଙ୍କ ଶେଷ ଚିଠି ଛାଡ଼ି ଯାଇଛନ୍ତି। ଏଥିରେ ସେ ତାଙ୍କର ଶେଷ ଇଚ୍ଛା ସମ୍ପର୍କରେ କହି ଯାଇଛନ୍ତି।

ମୃତ ଚାଷୀ ଜଣକ ଉତ୍ତର ପ୍ରଦେଶ ରାମପୁର ଜିଲ୍ଲା ବିଳାସପୁର ଅଞ୍ଚଳର। ମୃତ୍ୟୁ ପୂର୍ବରୁ ସେ ଏକ ସୁଇସାଇଡ୍‌ ନୋଟ ଛାଡ଼ି ଯାଇଛନ୍ତି। କାଶ୍ମୀର ସିଂହଙ୍କ ମୃତ୍ୟୁରେ ଭାରତୀୟ କିସାନ ୟୁନିୟନ କହିଛନ୍ତି, ‘ଏହା ବହୁତ ଦୁଃଖର କଥା ଯେ, ରାମପୁର ଜିଲ୍ଲାର ସର୍ଦ୍ଦାର କାଶ୍ମୀର ସିଂହ ଲାଡି ଶୌଚାଳୟରେ ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ସୁଇସାଇଡ ନୋଟରେ ଲେଖିଛନ୍ତି ମୋର ଅନ୍ତିମ ସଂସ୍କାର ପୁଅ, ପରିବାରଙ୍କ ହାତରେ ନୁହେଁ, ଦିଲ୍ଲୀ ବର୍ଡରରେ ହେବା ଉଚିତ୍।’

କୃଷକ ୟୁନିୟନ କହିଛି,’ତାଙ୍କ ପରିବାର, ପୁଅ ଓ ନାତି ଏଠାରେ ଆନ୍ଦୋଳନରେ ନିରନ୍ତର ସବା କରୁଛନ୍ତି। ତାଙ୍କର ସୁଇସାଇଡ ନୋଟ ଏବେ ପୋଲିସ ପାଖରେ ରହିଛି। ସେ ତାଙ୍କର ଆତ୍ମହତ୍ୟା ପାଇଁ ସରକାରଙ୍କୁ ଦୋଷ ଦେଇଛନ୍ତି।’

ସୁଇସାଇଡ ନୋଟରେ ସେ ଆହୁରି ଲେଖିଛନ୍ତି, ‘ଆଉ କେତେଦିନ ଆମକୁ ଏପରି ଥଣ୍ଡାରେ ବସି ରହିବାକୁ ପଡ଼ିବ ? ଏ ସରକାର ଶୁଣୁ ନାହାନ୍ତି। ତେଣୁ ମୁଁ ନିଜ ଜୀବନ ଦେଇ ଯାଉଛି। ହୁଏତ ଏହା ଦ୍ୱାରା କିଛି ସମାଧାନ ହୋଇ ପାରିବ।’ ଗାଜିଆବାଦ ପୋଲିସ ପୁରା ଘଟଣାର ଛାନଭିନ୍‌ କରୁଛି।

ଏଠି କହି ରଖିବୁ, କିସାନ ଆନ୍ଦୋଳନ ଚାଲିଥିବାବେଳେ ଅନେକ ଚାଷୀଙ୍କର ଇତି ମଧ୍ୟରେ ମୃତ୍ୟୁ ଘଟିଲାଣି। ଏହା ପୂର୍ବରୁ ଗାଜିପୁର ସୀମାରେ ଶୁକ୍ରବାର ଜଣେ ଚାଷୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ବାଗପତ ଜିଲ୍ଲାର ଭଗବାନପୁର ନାଙ୍ଗଲ ଗ୍ରାମ ନିବାସୀ ମୋହର ସିଂହ (୫୭) ଆନ୍ଦୋଳନସ୍ଥଳରେ ହୃଦଘାତର ଶିକାର ହୋଇଥିଲେ। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୃଷି ଆଇନ ବିରୋଧରେ ଆନ୍ଦୋଳନ ପ୍ରଦର୍ଶନ ବେଳେ ତାଙ୍କର ମୃତ୍ୟୁ ଘଟିଥିବାରୁ ତାଙ୍କୁ ସହିଦ ମାନ୍ୟତା ଦେବାକୁ ଦାବି କରିଥିଲା

 

You might also like