ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯବାନ ସହିଦ

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ସହିଦ

ଛତିଶଗଡ : ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ସହିଦ। ଛତିଶଗଡ଼ କିସ୍ତରାମ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣରେ CRPFର ଡେପୁଟି କମାଣ୍ଡାଣ୍ଟ ବିକାଶ କୁମାର ସହିଦ ହୋଇଛନ୍ତି । କିଛି ବର୍ଷ ତଳେ ସିଆରଏଫର କୋବ୍ରା ବାଟାଲିୟନରେ କାର୍ଯ୍ୟରତ ଥିଲେ । ଡେପୁଟି କମାଣ୍ଡାଣ୍ଟ ବିକାଶ କୁମାର କିସ୍ତରାମ ଜଙ୍ଗଲରେ ସର୍ଚ୍ଚ ଅପରେସନବଳେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରିଥିଲେ । ଯବାନ ଏଗୁଡିକୁ ନିଷ୍କ୍ରିୟ କରିବାକୁ ଉଦ୍ୟମବେଳେ ବିସ୍ଫୋରଣ ଘଟିଥିଲା।

ଗୁରୁତର ଅବସ୍ଥାରେ ଡେପୁଟି କମାଣ୍ଡାଣ୍ଟ ବିକାଶ କୁମାରଙ୍କୁ ପ୍ରଥମେ ସିଆରପିଏଫ୍ କ୍ୟାମ୍ପରେ ଚିକିତ୍ସା ପରେ ରାୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ମିଳିଥିବା ସୂଚନା ଅନୁସାରେ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛିି । ଏଥିରେ ଅନ୍ୟ ଦୁଇ ଜଣ ଯବାନ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ସେପଟେ ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶରେ ନକ୍ସଲ ହିଂସା ଦେଖିବାକୁ ମିଳିଛି । ବିଶାଖାପାଟଣା ଜିଲ୍ଲାର ମୁଦୁଗୁଲା ମଣ୍ଡଳର ଭାକାପାଲି ଗାଁରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଛନ୍ତି ମାଓବାଦୀ । ଗତକାଲି ବିଳମ୍ବିତ ରାତିରେ ଅସ୍ତ୍ରଶସ୍ତ୍ର ଧରି ନକ୍ସଲ ଗାଁକୁ ପଶି ଘେରିବା ସହ ଏହି ହତ୍ୟାକାଣ୍ଡ ଘଟାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

You might also like