ଟିକାକୁ ନେଇ ଆସିଲା ଆଶ୍ୱସ୍ତିକର ଖବର: ଗୋଟିଏ ଡୋଜ୍‌ ଟିକା ୫୦ ପ୍ରତିଶତ ସଂକ୍ରମଣ ହ୍ରାସ କରିପାରୁଛି

ଲଣ୍ଡନ: ଟିକା ନେବା ପରେ କରୋନା ହେଉଥିବା ଅନେକ ଖବର ଶୁଣିବାକୁ ମିଳୁଛି ଯାହା ସାଂପ୍ରତିକ ସ୍ଥିତିରେ ଗଭୀର ମାନସିକ ଚାପ ପକାଉଛି। ହେଲେ ଏବେ ଟିକାକୁ ନେଇ ଆସିଛି ଆଶ୍ୱସ୍ତିକର ଖବର।  ଗୋଟିଏ ଡୋଜ୍‌ କରୋନା ଟିକା ନେଲେ ସଂକ୍ରମଣ ୫୦ ପ୍ରତିଶତ ହ୍ରାସ ପାଉଛି। ଏ ନେଇ  ବୁଧବାର ଏକ ଖବର ପ୍ରକାଶ ପାଇଛି। ଇଂରାଜୀରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଫାଇଜର କିମ୍ବା ଆଷ୍ଟ୍ରାଜେନେକା ଟିକାର ଗୋଟିଏ ଡୋଜ୍ ନେଇଥିବା ବ୍ୟକ୍ତିଙ୍କଠାରୁ ପରିବାର ସଦସ୍ୟଙ୍କୁ ସଂକ୍ରମିତ ହେବାର ସମ୍ଭାବନା  ୫୦ ପ୍ରତିଶତ କମ ରହୁଛି।

ଇଂଲଣ୍ଡ ଜନ ସ୍ୱାସ୍ଥ୍ୟ (PHE) ବିଭାଗର ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁମାନେ ପ୍ରଥମ ଡୋଜ୍‌ ନେବାର ତିନି ସପ୍ତାହ ପରେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ପାଖରେ ସଂକ୍ରମଣ ହାର କମ୍‌ ରହୁଛି। ଟିକା ନେଇ ନ ଥିବା ଲୋକଙ୍କ ତୁଳନାରେ ତାଙ୍କ ପାଖରେ ସଂକ୍ରମଣ ଆଶଙ୍କା  ୩୮ ରୁ ୪୯ ପ୍ରତିଶତ କମ୍‌ ରହୁଛି।

ବ୍ରିଟିଶ ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହାନକକ୍ କହିଛନ୍ତି ଯେ ଏହା ଆଶ୍ଚର୍ଯ୍ୟଜନକ ଖବର।  ଆମେ ଜାଣିଛୁ ଟିକା ଜୀବନ ବଞ୍ଚାଇଥାଏ। କିନ୍ତୁ ଏହି ଅଧ୍ୟୟନ କହୁଛି, ଟିକା ଏହି ମାରାତ୍ମକ ଜୀବାଣୁ ସଂକ୍ରମଣକୁ ହ୍ରାସ କରିବାରେ ସଫଳ ହୋଇଛି। ଏହା ନିଶ୍ଚିତ ଭାବେ ଏକ ଆଶ୍ୱସ୍ତିର କଥା।

ସେ ଆହୁରି ମଧ୍ୟ କହିଛନ୍ତି ଯେ,  ଏହି ମହାମାରୀରୁ ରକ୍ଷା କରିବା ପାଇଁ ଏହି ଟିକା ହେଉଛି ସର୍ବୋତ୍ତମ ଉପାୟ । କାରଣ ଏହା ଦ୍ୱାରା ନିଜେ ସୁରକ୍ଷିତ ରହିପାରିବେ ଏବଂ  ଆପଣଙ୍କ ଘରର ସଦସ୍ୟଙ୍କୁ ସଂକ୍ରମିତ ହେବାରୁ ରୋକିପାରିବେ।

ଏହି ଅଧ୍ୟୟନ ୨୪ ହଜାରରୁ ଅଧିକ ପରିବାରର ୫୭ ହଜାରରୁ ଅଧିକ ଲୋକଙ୍କୁ ନେଇ କରା ଯାଇଥିଲା। ପୂର୍ବ ଗବେଷଣାରୁ ଜଣାଯାଇଲା ଯେ ଟୀକାର ପ୍ରଥମ ଡୋଜ ନେବାର ୪ ସପ୍ତାହ ପରେ ଜଣେ ବ୍ୟକ୍ତି ସଂକ୍ରମିତ ହେଲେ ତାଙ୍କ ପାଖରେ ଲକ୍ଷଣ ଦେଖାଯିବାର ସମ୍ଭାବନା ୬୫ ପ୍ରତିଶତ କମ୍‌ ରହୁଛି।
ଜନ ସ୍ୱାସ୍ଥ୍ୟ ବିଭାଗର ମେରି ରାମସେ କହିଛନ୍ତି, ଟିକା କେବଳ ରୋଗର ଗମ୍ଭୀରତାକୁ ହ୍ରାସ କରେ ନାହିଁ । ପ୍ରତିଦିନ ଶହ ଶହ ମୃତ୍ୟୁକୁ ରୋକିଥାଏ। କିନ୍ତୁ ବର୍ତ୍ତମାନ ଆମେ ଦେଖୁଛୁ, ଟିକା COVID-19 ସଂକ୍ରମଣକୁ ମଧ୍ୟ ହ୍ରାସ କରୁଛି।

ଅଧ୍ୟୟନରୁ ଜଣାପଡିଛି, ଟିକାକରଣ ଟୋଗୁ ମାର୍ଚ୍ଚ ଶେଷ ସୁଦ୍ଧା ବ୍ରିଟେନର ୬୦ ବର୍ଷରୁ ଅଧିକ ବୟସ୍କ ୧୦, ୪୦୦ ଜଣଙ୍କ ଜୀବନ ରକ୍ଷା କରାଯାଇ ପାରିଛି

 

You might also like