ଦିନିକିଆ କଶ୍ମୀର ବନ୍ଦ

ଜମ୍ମୁ-କଶ୍ମୀର : ଦିନିକିଆ ଜମ୍ମୁ ଓ କାଶ୍ମୀର ବନ୍ଦ ଡାକରା। ଏହି ବନ୍ଦ ପାଳନ କରୁଛି ଜମ୍ମୁ ଓ କାଶ୍ମୀର ଟ୍ରେଡର୍ସ ଆସୋସିଏସନ। ଜମାତ୍-ଏ- ଇସଲାମିକୁ ବ୍ୟାନ୍‌ କରିବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି।

ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଅଭିଯୋଗରେ ଜମ୍ମୁ ଓ କଶ୍ମୀରର ଜମାତ୍-ଏ- ଇସଲାମିକୁ ୫ ବର୍ଷ ଲାଗି ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପନ୍ନ ଆଶଙ୍କା ଦୃଷ୍ଟିରୁ ଏହି ବ୍ୟାନ୍ ଲଗାଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି।

ପୂର୍ବରୁ ସଂଗଠନର ମୁଖ୍ୟ ଅବଦ୍ଦୁଲ ହମିଦ୍ ଫୟାଜ୍ ସମେତ ୩୦୦ରୁ ଅଧିକ ନେତାଙ୍କୁ ପୁଲିସ୍‌ ଗିରଫ କରିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ସମେତ ଅନ୍ୟ କେତେକ ସଂଗଠନ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।

You might also like