ପତ୍ନୀଙ୍କ ହେଲିକପ୍ଟରରେ ଉଡ଼ିବାର ଇଚ୍ଛାକୁ ଏମିତି ପୂରଣ କଲେ ଶିକ୍ଷକ

ଜୟପୁର: ଚାକିରିରୁ ଅବସର ନେବା ଦିନ ପତ୍ନୀଙ୍କ ଇଚ୍ଛା ପୂରଣ କଲେ ପତି। ତା’ବି ପୁଣି ଭଡ଼ାରେ ହେଲିକପ୍ଟର ଆଣି । କଥାଟା ଶୁଣି ଅଜବ ଲାଗୁଥିଲେ ମଧ୍ୟ ସତ। ରାଜସ୍ଥାନର ଅଲ୍‌ୱାର୍‌ରେ ଏଭଳି କିଛି ଘଟଣା ଘଟିଛି।

ଅଲ୍‌ୱାର୍‌ର ଏକ ସ୍କୁଲ୍‌ରେ ଶିକ୍ଷକତା କରନ୍ତି ରମେଶ ଚାନ୍ଦ। ରମେଶଙ୍କ ପତ୍ନୀ ମୀନା। ହେଲିକପ୍ଟରରେ ବସିବା ପାଇଁ ମୀନାଙ୍କର ପ୍ରବଳ ଇଚ୍ଛା ଥିଲା। ଏପରିକି ଦିନେ ଛାତ ଉପରେ ବସିଥିବା ବେଳେ ଏକ ହେଲିକପ୍ଟରକୁ ଭଡ଼ାରେ ଆଣିବା ପାଇଁ କେତେ ଟଙ୍କା ଲାଗିବ ବୋଲି ରମେଶଙ୍କୁ ତାଙ୍କ ପତ୍ନୀ ପଚାରିଥିଲେ। ପତ୍ନୀଙ୍କ ହେଲିକପ୍ଟରରେ ବସିବାର ଇଚ୍ଛା ଜାଣିପାରି ଏହାକୁ ସେ ପୂରଣ କରିବେ ବୋଲି ଭାବି ନେଇଥିଲେ। ହେଲେ ତାଙ୍କ ପର୍ସ ତାଙ୍କୁ ବାଧା ଦେଇଥିଲା।

helicopter
Image Tweeted by ANI

ପର୍ସ ସିନା ବାଧା ଦେଇ ନ ଥିଲା, ମନ କିନ୍ତୁ କହୁଥିଲା ପତ୍ନୀଙ୍କ ଇଚ୍ଛା ନିଶ୍ଚୟ ପୂରଣ କରିବ। ଶେଷରେ ଚାକିରିର ଅବସର ଦିନ ହିଁ ସେ ପତ୍ନୀଙ୍କ ଇଚ୍ଛା ପୂରଣ କରିଥିଲେ। ଏଥିପାଇଁ ତାଙ୍କୁ ନୂଆଦିଲ୍ଲୀରୁ ଏକ ହେଲିକପ୍ଟରକୁ ବୁକିଂ କରିବାକୁ ପଡ଼ିଥିଲା। ଏଥିପାଇଁ ତାଙ୍କୁ ୩ଲକ୍ଷ ୭୦ ହଜାର ଟଙ୍କା ଦେବାକୁ ପଡ଼ିଥିଲା।

ଯେଉଁଦିନ ସେ ଚାକିରିରୁ ଅବସର ନେବେ ସେହିଦିନ ସେ ପତ୍ନୀଙ୍କ ଇଚ୍ଛା ପୂରଣ କରିବା ପାଇଁ ହେଲିକପ୍ଟର ବୁକିଂ କରିଥିଲେ। ଅବସରପରେ ରମେଶ, ପତ୍ନୀ ଓ ନାତିଙ୍କ ସହ ସ୍କୁଲ ନିକଟ ହେଲିପ୍ୟାଡ୍‌ରୁ ହେଲିକପ୍ଟରରେ ବସି ମାଲ୍‌ୱାଲି ଗାଁ ସ୍ଥିତ ତାଙ୍କ ବାସଭବନ ଅଭିମୁଖେ ଯାଇଥିଲେ। ଯାହାକି ଜୟପୁରଠାରୁ ୧୫୦ କି.ମି. ଦୂର । ରମେଶ ପାରମ୍ପରିକ ପୋଷାକ ଓ ଚଷମା ପିନ୍ଧିଥିବା ଦେଖିବାକୁ ମିଳିଥିଲା।

ଯଦିଓ ବିମାନରେ ଯାତ୍ରା ସମୟ ମାତ୍ରା ୧୮ ମିନିଟ୍‌ ଥିଲା ତେବେ ଏହା ସ୍ମରଣୀୟ ଓ ଆନନ୍ଦଦାୟକ ଥିଲା ରମେଶ କହିଛନ୍ତି।

Image Tweeted by ANI

ହେଲିକପ୍ଟରକୁ ବୁକିଂ କରିବା ପାଇଁ ରମେଶଙ୍କୁ ଜିଲ୍ଲା ପ୍ରଶାସନ ଓ ଅନ୍ୟ ବିଭାଗ ନିକଟରୁ ଅନୁମତି ଆଣିବାକୁ ପଡ଼ିଥିଲା।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like