ମନ୍‌ କି ବାତ୍‌ରେ ମୋଦି: ଆଜି ଦେଶବାସୀଙ୍କ କାର୍ଯ୍ୟ ଦିନେ ଭବିଷ୍ୟତରେ ଚର୍ଚ୍ଚା ହେବ

ନୂଆଦିଲ୍ଲୀ: ଆଡି ମନ୍‌ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ଯୁଦ୍ଧରେ ଲଢୁଥିବା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜଣେ ଜଣେ ଯୋଦ୍ଧା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଦେଶର ପ୍ରତ୍ୟେକ ନାଗରିକ କରୋନା ବିରୋଧରେ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଲୋକମାନଙ୍କର ଏହି କାର୍ଯ୍ୟ ଦିନେ ଭବିଷ୍ୟତରେ ଚର୍ଚ୍ଚା ହେବ କହିଛନ୍ତି ମୋଦି।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ମନ୍‌ କି ବାତ୍‌ର କାର୍ଯ୍ୟକ୍ରମ ତୁଳନାରେ ଏଥର କାର୍ଯ୍ୟକ୍ରମରେ ଅନେକ ଫୋନ୍‌ କଲ୍‌ ଓ ପ୍ରସ୍ତାବ ଆସିଛି। ଏହାଦ୍ୱାରା ଲୋକଲୋଚନରୁ ଲୁଚି ରହିଥିବା ଅନେକ ତଥ୍ୟ ସାମ୍ନାକୁ ଆସିଛି। ଦେଶର ପ୍ରତ୍ୟକ ନାଗରିକ କରୋନା ଯୁଦ୍ଧରେ ଜଣେ ଜଣେ ଶୈନିକ ସାଜିଛନ୍ତି। ଏଥିପାଇଁ ଆମେ ଗର୍ବିତ। ସାରା ବିଶ୍ୱ ଆଜି କରୋନା ସହିତ ଲଢୁଥିବା ବେଳେ ଆମେ ଦେଶର ଯେଉଁ ଅଞ୍ଚଳକୁ ଦେଖିବେ ସେଠି ଲୋକେ କରୋନା ସହିତ ମୁକାବିଲା  କାର୍ଯ୍ୟରେ ଲାଗିଥିବା ଦେଖିବାକୁ ମିଳିବ। ଦିନେ ଏହି କାର୍ଯ୍ୟ ଭବିଷ୍ୟତରେ ଚର୍ଚ୍ଚା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏଥିସହିତ ଥାଳି, ତାଳି ଓ ମମହବତୀ ଏହି ସମସ୍ତ କଥା ଦେଶବାସୀଙ୍କ ମନରେ କରୋନା ସହିତ ଲଢ଼ିବାକୁ ପ୍ରେରଣା ଦେଇଛି। କୃଷକ ଭାଇ ଭଉଣୀମାନେ ମଧ୍ୟ ଦେଶରେ ଯେମିତି କେହି ଭୋକିଲା ନ ରହିବେ ସେଥିପାଇଁ ସେମାନେ ଦିନରାତି କାମରେ ଲାଗିଛନ୍ତି। ଏହିସବୁ କଥା ଆମେ ସାରା ଦେଶବାସୀ ଏକଠି ହୋଇ ଦେଶ ପାଇଁ କିଛି କରିବା ପାଇଁ ପ୍ରେରଣା ଦେଉଛି ବୋଲି ପିଏମ୍‌ କହିଛନ୍ତି।

କରୋନା ବିରୋଧରେ ଏ ଲଢ଼େଇ ଦଶେବାସୀ ଏକ ହୋଇ ଲଢୁଛନ୍ତି। ସେହିପରି ଲୋକଙ୍କ ସହ ମିଶି ଦେଶର ସରକାର ଓ ପ୍ରାଶାସନିକ ବ୍ୟବସ୍ଥା ଲଢ଼େଇ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ମହାମାରୀ ବିରୋଧରେ ପ୍ରତିଟି ଲୋକ ସଂଗ୍ରାମ କରୁଥିବାରୁ ଦେଶରେ ସ୍ଥିତି ଭଲ ରହିଛି ବୋଲି ସେ କହିଛନ୍ତି। ଏହାସହ ମାସ୍କ ପିନ୍ଧିବା ନେଇ ମୋଦି କହିଛନ୍ତି ଯେ, ଏବେ ମାସ୍କ ପିନ୍ଧିବା ସଭ୍ୟ ସମାଜର ପ୍ରତୀକ ହୋଇଛି। ମାସ୍କ ନ ଥିଲେ ଗାମୁଛାରେ ମୁହଁ ଢାଙ୍କିବାକୁ ମୋଦି ପରାମର୍ଶ ଦେଇଛନ୍ତି। ତେବେ ବାହାରେ ଛେପ ପକାଇବାକୁ କୁ ଅଭ୍ୟାସ କହିବା ସହ ଏଥିରୁ ନିବୃତ ରହିବାକୁ ଦେଶବାସୀଙ୍କୁ କହିଛନ୍ତି ମୋଦି।

ରମଜାନ ଭଳି ପବିତ୍ର ମାସରେ କେହି କେବେ ଭିବା ନଥିଲେ ଏଥର ଏତେବଡ଼ ସମସ୍ୟା ଆସିବ ବୋଲି ଏଣୁ ଇଦ୍ ବେଳକୁ ଯେପରି କରୋନା ଉଭେଇ ଯାଇଥିବ ସେନେଇ ସମସ୍ତେ ପ୍ରାର୍ଥନା କରିବାକୁ ପ୍ରଧାନମନ୍ତ୍ରୀ ମନ କି ବାତରେ କହିଛନ୍ତି।

ଏଥର ମନ୍‌ କି ବାତ୍‌ରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବାକୁ ଗୁରୁତ୍ୱ ଦେଇଛନ୍ତି ମୋଦି। ଆମର ପାରମ୍ପରିକ ଆୟୁର୍ବେଦିକ ବ୍ୟବସ୍ଥାରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇ ହେବ ବୋଲି ସେ କହିଛନ୍ତି। ଭାରତ ନିଜ ଦେଶବାସୀଙ୍କ ପ୍ରତି ଯେପରି ଯତ୍ନବାନ ସେପରି ଭୂପୃଷ୍ଠରେ ଥିବା ପ୍ରତିଟି ଜୀବ ଓ ମନୁଷ୍ୟ ପ୍ରତି ସମ୍ବେଦନଶୀଳ।

ଏଥିଲାଗି ଯେତେବେଳେ ଅନ୍ୟ ଦେଶର ନେତା ଭାରତକୁ ଓ ଭାରତବାସୀଙ୍କୁ ଧନ୍ୟବାଦ କହନ୍ତି, ସେତେବେଳେ ନିଜକୁ ଗର୍ବ ଲାଗେ ବୋଲି ପ୍ରଧାନମନ୍ତ୍ରୀ ରହିଛନ୍ତି। ଏହାସହ ମନ କି ବାତରେ ଏନ୍‌ଜିଓ‌, ପୋଲିସ, କୃଷକ ଓ ରେଲେଓ୍ୱ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ପିଏମ୍‌।  ପୂର୍ବରୁ ଲୋକେ ପୋଲିସ ପ୍ରତି ନକରାତ୍ମକ ମନୋଭାବ ପୋଷଣ କରୁଥିବାବେଳେ। ଏବେ ଏଥିରେ ପରିବର୍ତ୍ତନ ଆସିଛି ବୋଲି ମୋଦି କହିଛନ୍ତି।

ଆହୁରି ପଢ଼ନ୍ତୁ

You might also like