ମାତ୍ର ୫ ସେକେଣ୍ଡରେ କେନାଲ ଭିତରକୁ ଟଳିପଡ଼ିଲା ୩ ମହଲା କୋଠା

କୋଲକାତା: ପଶ୍ଚିମବଙ୍ଗରେ ଭୁଶୁଡ଼ିଲା ତିନି ମହଲା ବିଶିଷ୍ଟ ଘର। ମାତ୍ର ୫ ସେକେଣ୍ଡରେ ତିନି ମହଲା କୋଠା ଭୁଶୁଡ଼ି ମାଟିରେ ମିଶିଗଲା। ବିରାଟ ଚୁନା ହୋଇଗଲା ବିରାଟ କୋଠାଘର। କୋଲକାତାଠାରୁ ୧୨୦ କିଲୋମିଟର ଦୂର ପଶ୍ଚିମ ମିଦନାପୁର ଜିଲ୍ଲା ଦାସପୁର ବ୍ଲକର ନିଶ୍ଚିନ୍ତପୁର ଗାଁରେ ଘଟିଛି ଏହି ଘଟଣା। କୋଠାଟି ପାଖରେ ଯାଇଥିବା କେନାଲ ଭିତରକୁ ଭୁଶୁଡ଼ି ପଡ଼ିଛି। ଏହି ସମୟରେ ଆଖପାଖ ପୂରା ଧୂଆଁଳିଆ ହୋଇଯାଇଥିଲା।

ଖବର ଅନୁସାରେ,  କିଛିଦିନ ପୂର୍ବରୁ କେନାଲ ସଂପ୍ରସାରଣ ଓ ସଫେଇ କରାଯାଇଥିଲା। କେନାଲ ଖୋଳାଯିବା ଯୋଗୁଁ କୋଠାର ମୂଳ ଦୁର୍ବଳ ହୋଇଯାଇଥିଲା। ଫଳରେ କୋଠାଟି ଆଜି ସକାଳେ କେନାଲ ଭିତରକୁ ଗଡ଼ିପଡ଼ିଛି। ତେବେ କୋଠାରେ କେହି ନଥିବାରୁ ଜୀବନହାନୀ ହୋଇନାହିଁ।

କେନାଲ ସଫା ହେବା ପରେ କିଛିଦିନ ହେଲା ବିଲ୍‌ଡିଂରେ ଫାଟ ସୃଷ୍ଟି ହୋଇଥିଲା। ପରଦିନ ପ୍ରବଳ ବର୍ଷା ହେବାରୁ ତିନି ମହଲା ବିଶିଷ୍ଟ କୋଠାଟି କେନାଲ ଭିତରକୁ ଗଳିପଡ଼ିଥିଲା।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like