ପୋଲିସର ଲାଠି ମାଡ଼ରୁ ଦଳୀୟ କର୍ମୀଙ୍କୁ ଏମିତି ବଞ୍ଚାଇଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ: ୟୁପି ହାଥରସ ପୀଡ଼ିତାଙ୍କୁ ଭେଟିବାକୁ ରାହୁଲ ଓ ପ୍ରିୟଙ୍କାଙ୍କ ସହିତ ୫ ଜଣଙ୍କୁ ଅନୁମତି ଦେଲେ ଉତ୍ତରପ୍ରଦେଶ ସରକାର। ହେଲେ ତା ପୂର୍ବରୁ ଦିଲ୍ଲୀ-ନୋଏଡ଼ା ରାସ୍ତାରେ ଏକ ହାଇଭୋଲ୍‌ଟେଜ୍‌ ଡ୍ରାମା ଦେଖିବାକୁ ମିଳିଥିଲା। ଅନୁମତି ଦେବା ପୂର୍ବରୁ ଅନେକ ଯୁକ୍ତିତର୍କ ହୋଇଥିଲା। ପରେ ରାହୁଲ୍ ଓ ପ୍ରିୟଙ୍କାଙ୍କୁ ଯିବାକୁ ଅନୁମିତ ମିଳିଥିଲା।

କିନ୍ତୁ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ନମାନିବାରୁ ସେମାନଙ୍କ ଉପରେ ଲାଠି ଚାର୍ଜ କରିଥିଲା ପୋଲିସ। ଏହା ଦେଖି ପ୍ରିୟଙ୍କା ଗାନ୍ଧି ନିଜେ ଗାଡ଼ିରୁ ଓହ୍ଲାଇ କାର୍ଯ୍ୟକର୍ତ୍ତାଙ୍କ ପାଖକୁ ଆସିଥିଲେ। ଦଳୀୟ କର୍ମୀଙ୍କୁ ବଞ୍ଚାଇବା ପାଇଁ ପ୍ରିୟଙ୍କା ପୋଲିସର ଲାଠିକୁ ଧରି ପକାଇଥିବା କୁହାଯାଉଛି।

କଂଗ୍ରେସର ପୂର୍ତନ ସାସଂଦ କମାଣ୍ଡୋ କମଲଙ୍କ ଉପରେ ପୋଲିସ ଲାଠି ଚାର୍ଜ କରୁଥିବା ବେଳେ ପୋଲିସ ଲାଠି ଧରି ପକାଇଥିଲେ ପ୍ରିୟଙ୍କା ଗାନ୍ଧି। ଏହାପରେ ସେ କଂଗ୍ରେସ ନେତାଙ୍କୁ ସଡ଼କ କଡ଼େ କଡ଼େ ଭିଡ଼ରୁ କାଢ଼ି ନେଇ ରାସ୍ତା ସାଇଟ୍‌ରେ ବସେଇ ଦେଇଥିଲେ।

ଘଟଣା ଥିଲା ଏମିତି..

୫ କଂଗ୍ରେସ ନେତାଙ୍କୁ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ଅନୁମତି ମିଳିବା ପରେ ରାହୁଲ ଦଳୀୟ କର୍ମୀଙ୍କୁ ବୁଝାଇଥିଲେ। ରାହୁଲ କହିଥିଲେ, ଆମକୁ ଯିବାକୁ ଅନୁମତି ମିଳିଯାଇଛି। ଗୁଲାମ ନବୀ ଆଜାଦ୍, ପିଏଲ୍‌ ପୁନିଆ ଓ ପ୍ରମୋଦ ତିୱାରୀଙ୍କୁ ଆମ ସହିତ ଯିବାକୁ ଦିଅନ୍ତୁ। ଆମେ ସେଠାକୁ ଯିବୁ, ଆପଣମାନେ ପୋଲିସର ସହଯୋଗ କରନ୍ତୁ। କିନ୍ତୁ ଦଳୀୟ କର୍ମୀ ଜିଦ୍‌ରେ ଅଟଳ ରହିବାରୁ ପୋଲିସ ତାଙ୍କ ଉପରେ ଲାଠି ଚାର୍ଜ କରିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like