କମ୍ୱଳ ଧରି ଧାଇଁ ପଳାଇଲେ ଉମର ଅବଦୁଲ୍ଲା, ଫୋନ ଆଣିବାକୁ ବି ଭୁଲିଗଲେ

ଶ୍ରୀନଗର: ଉତ୍ତର ଭାରତରେ ଗତକାଲି ରାତି ୧୦ଟା ୩୧ ସମୟରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ବିଶେଷକରି ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଶ୍ରୀନଗର, ପଞ୍ଜାବର ଲୁଧିଆନା, ଉତ୍ତରପ୍ରଦେଶର ନୋଏଡ଼ା ଓ ହରିଆଣା ଆଦି ଅଞ୍ଚଳରେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୬.୩ ଥିଲା।

ଭୂମିକମ୍ପ ହେବା ଜାଣି ଶ୍ରୀନଗରରେ ରହୁଥିବା ଜମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା କମ୍ୱଳ ଧରି ବାହାରକୁ ଦୌଡି ପଳାଇ ଆସିଥିଲେ । ନାଶନାଲ କନ୍‌ଫରେନ୍ସ (NC)ର ଭାଇସ-ପ୍ରେସିଡେଣ୍ଟ ଟୁଇଟ କରି କହିଛନ୍ତି, ‘୨୦୦୫ ପରଠାରୁ ଏପରି ଭୟଙ୍କର ଭୂକମ୍ପ ଶ୍ରୀନଗରରେ କେବେ ହୋଇ ନ ଥିଲା। ଏହା ମୋତେ ଘର ବାହାରକୁ ବାହାରି ଆସିବା ପାଇଁ ବାଧ୍ୟ କରିଥିଲା। ମୁଁ କମ୍ୱଳ ଭିଡି ଆଣିଲି ଏବଂ ବାହାରକୁ ଦୌଡି ଆସିଥିଲା। ଏପରିକି ମୁଁ ମୋର ଫୋନ ବି ଆଣିବାକୁ ଭୁଲି ଯାଇଥିଲି। ତେଣୁ ମୁଁ ଭୂକମ୍ପ ବିଷୟରେ ଟୁଇଟ କରି ପାରି ନ ଥିଲି।’


ଏହି ଝଟକା ପରେ ଦିଲ୍ଲୀ ତଥା ଅନେକ ସ୍ଥାନରେ  ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଥିଲା। ଲୋକମାନେ ସେମାନଙ୍କ ଘରୁ ବାହାରକୁ ଚାଲି ଆସିଥିଲେ। ଝଟକା ପରେ ଲୋକମାନେ ନିଜ ନିଜ ଘର ଛାଡ଼ି ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଥିଲା। ଏପରିକି ଭୂମିକମ୍ପ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚିକାଗୋ ବିଶ୍ୱ ବିଦ୍ୟାଳୟର ଛାତ୍ରଙ୍କୁ ଭିଡିଓ କନଫରେନ୍ସିଂରେ ସମ୍ବୋଧନ କରୁଥିଲେ। ସେ କହିଛନ୍ତି ଯେ, ହଠାତ କୋଠରୀ ହଲିବାକୁ ଲାଗିଥିଲା।

You might also like